ଜଗତ୍ସିଂହପୁର ଅଫିସ, ୧୩ା୬: ଜଗତ୍ସିଂହପୁର ଜିଲାରେ ଶନିବାର ପୁଣି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକ ଅଞ୍ଚଳର ୭, ନାଉଗାଁ ୧ ଓ ପାରାଦୀପ ପୌର ପରିଷଦ ଅଞ୍ଚଳର ଜଣେ ରହିଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୪୩ରେ ପହଞ୍ଚିଛି । ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଗୁଜୁରାଟ, ୫ ମହାରାଷ୍ଟ୍ର, ୧ ହରିଆାଣା, ୩ ତାମିଲନାଡ଼ୁ ଓ ୩ ଦିଲ୍ଲୀରୁ ଫେରି ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିଲେ। ସମସ୍ତଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲ ଓ ପାରାଦୀପ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ୮୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅବଶିଷ୍ଟ ୫୭ ଜଣ ଚିକିତ୍ସାଧୀନ ଅଛନ୍ତି।
Posted inଆମ ଜିଲା ଖବର, ଜଗତ୍ସିଂହପୁର