ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି

ଭୁବନେଶ୍ୱର,୫ା୩(ବ୍ୟୁରୋ)/ବାରଙ୍ଗ (ଡି.ଏନ.ଏ.): ଅପରାଧପ୍ରବଣ ହୋଇପଡ଼ିଲାଣି ରାଜଧାନୀ  ଭୁବନେଶ୍ୱର। ଅପରାଧୀମାନେ ଖୁଲମ୍‌ଖୁଲା ଅପରାଧ ଘଟାଇ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଥିବାବେଳେ ବୁଧବାର ମଧ୍ୟାହ୍ନରେ ପୁଣି ଫୁଟିଛି ଗୁଳି। କିଛିଦିନ ତଳେ ଜଣେ କଲେଜ ଛାତ୍ରୀଙ୍କୁ ଗୁଳି ହୋଇଥିଲା। ଏଥର ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ର। ବାରଙ୍ଗ କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଷ୍ଟରେ ଘଟିଛି ଏହି ଗୁଳିକାଣ୍ଡ। ରେଷ୍ଟୁରାଣ୍ଟ ମାଲିକଙ୍କ ସହ ଝଗଡ଼ା ପରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ଆତଙ୍କ ଖେଳାଇଥିଲେ। ହେଲେ ଗୋଟିଏ ଗୁଳି ସେଠାରେ ଖାଉଥିବା ଜଣେ ଛାତ୍ରଙ୍କ ଦେହରେ ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଡିସିପି ଓ ଚନ୍ଦକା ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତନାଘନା ଚଳାଇଛି। ଆହତ ଜଣକ ଅସିମ୍‌ କାଲ୍‌ସି(୨୨)। ତାଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ସେ ଏଠାରେ ଏକ ମ୍ୟାନେଜମେଣ୍ଟ କଲେଜର ଶେଷବର୍ଷର ଛାତ୍ର ବୋଲି ଜଣାପଡିଛି।
ସୂଚନା ମୁତାବକ, ବୁଧବାର ଶେଷ ସେମିଷ୍ଟର ପରୀକ୍ଷା ସରିବା ପରେ ମଧ୍ୟାହ୍ନରେ ଅସିମ ସାଙ୍ଗମାନଙ୍କ ସହ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟ୍‌କୁ ଖାଇବା ପାଇଁ ଯାଇଥିଲେ। ଏହାପୂର୍ବରୁ ବିଲ୍‌କୁ ନେଇ ୩ଜଣ ଦୁର୍ବୃତ୍ତଙ୍କ ସହ ରେଷ୍ଟୁରାଣ୍ଟ୍‌ ମାଲିକ ଓ କର୍ମଚାରୀଙ୍କର ଝଗଡ଼ା ହୋଇଥିଲା। ଦୁର୍ବୃତ୍ତମାନେ ପାଟିତୁଣ୍ଡ କରିବା ପରେ ଧମକ ଦେଇ କାର୍‌ରେ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ଏକ ବାଇକରେ ୩ ଜଣ ମୁଖାଧାରୀ ଯୁବକ ସେଠାରେ ପହଞ୍ଚତ୍ ମାଲିକଙ୍କ କ୍ୟାଶ କାଉଣ୍ଟର ନିକଟରେ ଠିଆ ହୋଇ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ରେଷ୍ଟରାଣ୍ଟରେ ଖାଉଥିବା ଅସିମଙ୍କ ସମେତ ଅନ୍ୟମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଏହି ସମୟରେ ଏକ ଗୁଳି ଅସିମଙ୍କ ପିଠିରେ ବାଜିଥିଲା। ସେ ରକ୍ତଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିବାବେଳେ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ଚନ୍ଦକା ଥାନା ପୋଲିସ ପହଞ୍ଚତ୍ ଅସିମଙ୍କୁ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା। ଡିସିପି ଅନୁପ ସାହୁ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କମିଶନରେଟ ପୋଲିସର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ରକ୍ତ ନମୁନା, ଫିଙ୍ଗର ପ୍ରିଣ୍ଟ ଏବଂ ଅନ୍ୟ କେତେକ ନମୁନା ସଂଗ୍ର କରିଛି। ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରିବା ସହ ଗୁଳିକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।
ତେବେ ଉକ୍ତ ଯୁବକମାନେ କିଏ? ସେମାନେ ଲାଇସେନ୍ସପ୍ରାପ୍ତ ନା ଚୋରା ବନ୍ଧୁକରୁ ଗୁଳି କରିଛନ୍ତି ତାହାର ଖୋଳତାଡ଼ ଚାଲିଛି। ଏଥିସହ ପୋଲିସ ରେଷ୍ଟୁରାଣ୍ଟ ମାଲିକ, କର୍ମଚାରୀ ଓ ଉପସ୍ଥିତ ଅନ୍ୟମାନଙ୍କୁ ପଚରାଉଚରା କରିବା ସହ ଘଟଣା ସଂକ୍ରାନ୍ତରେ ଅସିମଙ୍କ ପରିବାର ଲୋକଙ୍କୁ ଜଣାଇଛି। ଅନ୍ୟପକ୍ଷରେ ଅସିମଙ୍କୁ ଗୁଳି ହୋଇଥିବା ଖବର ପ୍ରଚାରିତ ହେବା ପରେ ହସ୍ପିଟାଲରେ କଲେଜ ସାଙ୍ଗଙ୍କ ଗହଳି ଲାଗିଥିଲା। ଅସିମଙ୍କ ସହ ଥିବା ସାଙ୍ଗଙ୍କ ସୂଚନାନୁସାରେ, ଗୁଳିଟି ପଛପାର୍ଶ୍ୱ କାନ୍ଧରେ ବାଜିଛି। ହାର୍ଟଠାରୁ ୩ ଇଞ୍ଚ ଦୂରରେ ଗୁଳିଟି ଅଟକି ରହିଥିବାରୁ ବଡ଼ ବିପଦ ଟଳିଯାଇଛି। ଅପରେଶନ ପରେ ସେ ସୁସ୍ଥ ହୋଇଯିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri