‘ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି’

ବ୍ରହ୍ମପୁର ଅଫିସ୍‌, ୧୨ା୯-ଦେଶର ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଆଦିବାସୀ ଓ ବନଜୀବୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦର ଉଦ୍ୟମ ତଥା ଭାରତୀୟ ଜଙ୍ଗଲ ଆଇନ -୧୯୨୭ରେ ପ୍ରସ୍ତାବିତ ସଂଶୋଧନକୁ ତୀବ୍ର ବିରୋଧ କରିଛି ଅଖିଳ ଭାରତ କିଷାନ୍‌ ମଜଦୁର ସଭା(ଏଆଇକେଏମ୍‌ଏସ୍‌)। ବୁଧବାର ସଂଗଠନର ନେତୃତ୍ୱରେ ଗଞ୍ଜାମ, କନ୍ଧମାଳ ଏବଂ ଗଜପତି ଜିଲାର ବହୁ ଆଦିବାସୀ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଂଶୋଧନ ବିରୋଧରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜଙ୍ଗଲରୁ ଆଦିବାସୀଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର ଚାଲିଛି। ଯଦି ଏଭଳି ହୁଏ, ଭୟଙ୍କର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ସଂଗଠନ ଚେତାଇ ଦେଇଛି।
ପୁରୁଷ ପୁରୁଷ ଧରି ଜଙ୍ଗଲ ଉପରେ ନିର୍ଭର କରି ଆସୁଥିବା ଦେଶର ପ୍ରାୟ ପନ୍ଦର କୋଟି ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନଜୀବୀଙ୍କୁ ଆଇନଗତ ଅଧିକାର ଦେବା ଉଦ୍ଦେଶ୍ୟରେ ୨୦୦୬ରେ ଯେଉଁ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ହୋଇଥିଲା, ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ଏଥିରେ ଜଙ୍ଗଲ ଉପରେ ଲୋକଙ୍କ ବ୍ୟକ୍ତିଗତ ଅଧିକାର, ସାମୂହିକ ଅଧିକାର, ଗୋଷ୍ଠୀ ଜଙ୍ଗଲ ଅଧିକାର, ସାଂସ୍କୃତିକ ଅଧିକାର, ପ୍ରାକୃତିକ ବାସସ୍ଥାନ ଅଧିକାର ଆଦି ଅନେକ ଅଧିକାର ଥିଲେ ବି ସରକାର କେବଳ ମାତ୍ର କିଛି ଡ଼େସିମିଲ ଜମି ଉପରେ ବ୍ୟକ୍ତିଗତ ପଟ୍ଟା ଦେଇ ନିଜର ଦାୟିତ୍ୱରୁ ଓହରିଯାଉଛନ୍ତି। ବର୍ଷ ବର୍ଷ ଧରି ଲୋକେ ଆବେଦନ କରିଥିବା ପଟ୍ଟା ଦରଖାସ୍ତ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବେଳେ ବିଭିନ୍ନ ଆଳରେ ମନଇଚ୍ଛା ଦରଖାସ୍ତକୁ ଖାରଜ କରି ଦିଆଯାଉଛି। ଖଣି ଓ କାରଖାନାର ସମ୍ଭାବନା ଥିବା ଜଙ୍ଗଲ ଜମିରେ ଜାଣିଶୁଣି ଲୋକଙ୍କୁ ପଟ୍ଟା ଦିଆଯାଉନି। ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ଲାଗି ତଥା କେନ୍ଦ୍ରର ମୋଦି ସରକାରର ଷଡ଼ଯନ୍ତ୍ରମୂଳକ ଭୂମିକା ଲାଗି ନିକଟ ଅତୀତରେ ସୁପ୍ରିମକୋର୍ଟ ଜଙ୍ଗଲ ଜମିରୁ ଆବେଦନ ଖାରଜ ହୋଇଥିବା ପ୍ରାୟ ୧୧ ଲକ୍ଷ ପରିବାରଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଜନ ବିରୋଧୀ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯେ କୌଣସି ଉଦ୍ୟମକୁ ତୀବ୍ର ବିରୋଧ କରାଯିବ ବୋଲି ବିକ୍ଷୋଭ ବେଳେ ଆଦିବାସୀମାନେ ଚେତାବନୀ ଦେଇଛନ୍ତି। କର୍ପୋରେଟ୍‌ମାନଙ୍କ ସ୍ବାର୍ଥରେ ଦେଶର ଅନେକ ଜନ ସପକ୍ଷବାଦୀ ଆଇନକୁ ସଂଶୋଧନ କରି ଆସିଥିବା କେନ୍ଦ୍ରର ମୋଦି ସରକାର ଇତି ମଧ୍ୟରେ ଭାରତୀୟ ଜଙ୍ଗଲ ଆଇନ – ୧୯୨୭କୁ ସଂଶୋଧନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ଆଦିବାସୀ ଓ ବନଜୀବୀଙ୍କୁ ଦମନ କରିବାକୁ ଜଙ୍ଗଲ କର୍ମଚାରୀମାନଙ୍କୁ ଅଧିକ କ୍ଷମତା ଦେବ ଏବଂ ଲୋକଙ୍କ ଜଙ୍ଗଲ ଉପରେ ଥିବା ଅଧିକାରକୁ ଛଡ଼େଇ ନେବ। ଏଥିରେ ଜଙ୍ଗଲ ରକ୍ଷା ନଁାରେ ସମସ୍ତ ଜଙ୍ଗଲ କର୍ମଚାରୀଙ୍କୁ ଆଗ୍ନେୟାସ୍ତ୍ର ଯୋଗାଇବାକୁ ତଥା ଯେତେବେଳେ ଚାହିଁଲେ ସେମାନେ ଲୋକଙ୍କ ଉପରେ ଗୁଳି ଚଳେଇବାକୁ ଅଧିକାର ଦେଉଛି। ଏପରିକି ଗୁଳି ଚଳାଇଥିବା କର୍ମଚାରୀଙ୍କୁ ଆଇନଗତ ଭାବେ ସୁରକ୍ଷିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ଏହା ସହିତ ସରକାର ଚାହିଁଲେ ଜଙ୍ଗଲ ଅଧିକାର ଆଇନ – ୨୦୦୬ରେ ଲୋକଙ୍କୁ ଦେଇଥିବା ଜଙ୍ଗଲ ପଟ୍ଟା ଓ ସ୍ବୀକୃତିକୁ ମଧ୍ୟ ପ୍ରତ୍ୟାହାର କରିବାକୁ ଯେଉଁ ବ୍ୟବସ୍ଥା ରହିଛି ତାହା ଜଙ୍ଗଲ ଅଧିକାର ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ନେତାମାନେ କହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରୋକ୍ତ ଜନ ବିରୋଧୀ ପଦକ୍ଷେପ ବିରୋଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନର ରାଜ୍ୟ ଉପସଭାପତି କୁଶନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଗଜପତି ଜିଲା ସମ୍ପାଦକ କେଦାର ଶବର, ଚାଷୀ ନେତା ଲଡ଼ୁ କିଶୋର ଡ଼ାକୁଆ, ରାଜ୍ୟ କମିଟି ସଭ୍ୟ ରଘୁନାଥ ନାୟକ, ଆଦିବାସୀ ନେତା କାଡ଼ୁକା ଶବର, ରାଜା ସୁରେଶ, କାରୁକା ଶବର, ମଙ୍ଗଳା ମଳିକ, ମୁରଲୀ ଶବର ଓ ଅର୍ଜୁନ ଗମାଙ୍ଗ ପ୍ରମୁଖ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri