ପାଟଣା,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝହ୍ନେଇପଶି ଗ୍ରାମର ନାଳ ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଶନିବାର ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତ ମହିଳା ଜଣକ ହେଉଛନ୍ତି କଣ୍ଟିଆପଡ଼ା ପଞ୍ଚାୟତ ବାଲାଣିପଶି ଗ୍ରାମର ଲୋକନାଥ ମହାନ୍ତଙ୍କ ସ୍ତ୍ରୀ ଉଷାରାଣୀ।
ସୂଚନା ଅନୁଯାୟୀ, ଶନିବାର ସକାଳେ ଉଷାରାଣୀ ନାଳକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନ ଥିବା ଘର ଲୋକଙ୍କ ପକ୍ଷରୁ କୁହାଯାଉଥିଲେ ହେଁ ଉଷାରଣୀଙ୍କ ଭାଇ ସୁଶାନ୍ତ କୁମାର ମହାନ୍ତ ତାଙ୍କ ଭଉଣୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ଜୀବନରୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ଥାନାଧିକାରୀ ବରେନ୍ଦ୍ର ଶିଆଳ ୩୭/୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
Posted inଅପରାଧ, ଆମ ଜିଲା ଖବର, କେନ୍ଦୁଝର