ଜଙ୍ଗଲରେ ଥିବା ୧୩ ପ୍ରବାସୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ଲୋଇସିଂହା, ୨୫।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହାା ବ୍ଲକ ମାଗୁରବେଡା ଗାଁର ୩ପରିବାରର ୧୩ପ୍ରବାସୀ ଶ୍ରମିକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ନ ହେବାରୁ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି। ସେମବାର ଏ ସମ୍ପର୍କରେ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା ା ଏହା ଜାଣିବା ପରେ ସ୍ଥାନୀୟ ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା ସଂପୃକ୍ତ ପ୍ରବାସୀଙ୍କୁ ଭେଟିଥିଲେ। ସଂଗଠନର ଦେବାଶିଷ ବିଷୋୟୀ, ଯଶୋବନ୍ତ ମାହାଣ ସ୍ଥାନୀୟ ଅଶାକର୍ମୀ କୁନ୍ତି ପଟେଲଙ୍କ ସହୟତାରେ ସଂପୃକ୍ତ ପରିବାରକୁ ଭେଟି ଚାଉଳ, ବିସ୍କୁଟ ଓ ଆନ୍ୟନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ା ଅନ୍ୟପକ୍ଷରେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ପରାମର୍ଶରେ ସ୍ଥାନୀୟ ସରପଞ୍ଚ ସମ୍ପୃକ୍ତ ୩ ପରିବାରକୁ ୫୦ କେଜି ଚାଉଳ ଓ ୫ଶହ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସେମାନେ ଜଙ୍ଗଲରେ ରହୁଥିବାରୁ ରାତି ସମୟରେ ଜୀବଜନ୍ତୁ ଭୟ ଘାରୁଥିବା ପ୍ରବାସୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ମାଗୁରବେଡା ଗାଁର ୩ ପରିବାରର ୭ ଜଣ ଶିଶୁଙ୍କ ସମେତ ୧୩ ଜଣ ବ୍ରହ୍ମପୁରକୁ ଇଟା ଗଢିବାକୁ ଯାଇଥିଲେ ା କରୋନା ଯୋଗୁ ୪ଦିନ ତଳେ ଗାଁକୁ ଚାଲି ଆସିଥିଲେ ା ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସରପଞ୍ଚ ଅସହାୟ ପ୍ରକାଶ କରି ହୋମ କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ ା ଏପଟେ ହୋମକ୍ୱାରଣ୍ଟାଇନ ପାଇଁ ଆବଶ୍ୟକ ଘର ନଥିବାରୁ ବାଧ୍ୟ ହୋଇ ଗାଁଠାରୁ ୧ କିମି ଦୂର ଜଙ୍ଗଲରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ନାବାଳିକା ଝିଅ ଗର୍ଭବତୀ, ବାପା ଗିରଫ

ବେଲପଡ଼ା,୧୫ା୧(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହାକି ସଭ୍ୟ ସମାଜ ପାଇଁ କଳଙ୍କ ପାଲଟିଛି ା...

ଦେଢ଼ ଶହ ଫୁଟ ଉଚ୍ଚ ଟାୱାରରୁ ଖସିପଡ଼ି ଚାଳିଗଲା ଯୁବକଙ୍କ ଜୀବନ

ପାଟଣାଗଡ଼,୧୨।୧: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ନୁନହାଡ଼ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଦେଢ଼ ଶହ ଫୁଟ ଉଚ୍ଚ ଏକ ଟେଲିଫୋନ ଟାୱାରରୁ...

ଚେନ୍ନାଇରେ ୨ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ବଲାଙ୍ଗୀର, ୧୨ା୧(ବୀରେନ୍ଦ୍ର କୁମାର ଝାଙ୍କର):ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି ତାହାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ଦେଖିବାକୁ ମିଳିଛି। ସାଧାରଣତଃ ସେମାନଙ୍କୁ...

ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଦୁଇ ଯନ୍ତ୍ରୀ, ଚାକିରିରୁ ହେଲେ ନିଲମ୍ବନ

ବଲାଙ୍ଗୀର, ୯।୧: (ସୁନିଲ କୁମାର ମହାନ୍ତି): ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସ୍‌ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ...

ଗର୍ବିତ ନୁହେଁ, କୃତଜ୍ଞ ହେବା: ତଥାଗତ

ବଲାଙ୍ଗୀର, ୯ା୧(ବୀରେନ୍ଦ୍ର କୁମାର ଝାଙ୍କର):ଅନେକ ସମୟରେ ଆମେ ବଲାଙ୍ଗିରିଆ, ଢେଙ୍କାନାଳିଆ କି ଭାରତୀୟ ବୋଲି ଗର୍ବ କରିଥାଉଁ। ମାତ୍ର ଗର୍ବିତ ହେବା ବଦଳରେ ଆମେ ଯଦି...

ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ: ପ୍ରବଳ ଜନସମାଗମ

ଦେଓଗାଁ, ୭।୧(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ କୁଳୁତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁଡ଼ା ଓ କୁମୁରିଆ ବଡ ଖଳା ଓ ସାନଖଳାରେ ଜିଲାର...

ଶୁଲିଆ ଯାତ୍ରା ଆରମ୍ଭ: ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗୀର, ୭।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଳକ ଖଇରଗୁଡା ବଡଖଳାରେ ଶୁଲିଆ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି। ମୁଖ୍ୟ ଦେହେରିଆ ପାରମ୍ପରିକ...

ବାଇକ୍‌ ସହ ମୁହାଁମୁହିଁ ପିଟିହେଲା କାର୍‌, ଚାଲିଗଲା ଜଣଙ୍କ ଜୀବନ

କଣ୍ଟାବାଞ୍ଜି,୫ା୧(ଗୁରୁଦୟାଲ ହଂସ): ରବିବାର ଅପରାହ୍ନରେ ବୁଢ଼ୀବାହାଲ ଗାଁ ନିକଟରେ ଏକ କାର୍‌ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକ୍‌ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image