ଜଙ୍ଗଲରେ ବନରକ୍ଷୀଙ୍କୁ ଆକ୍ରମଣ, ସରକାରୀ ଗାଡି ଭଙ୍ଗାରୁଜା

ଦେବଗଡ଼,୨୨ା୪(ଡି.ଏନ.ଏ): ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରେ ବନରକ୍ଷୀ କାର୍ତ୍ତିକେୟ ପ୍ରଧାନଙ୍କୁ ଆକ୍ରମଣ ହୋଇଛି। ପଡୋଶୀ ଅନଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଛନ୍ତି। ଏମାନେ ଗଛ କାଟି ଚୋରି କରି ନେଉଥିବା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ପାଟକୁମୁଣ୍ଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଶଗଡରେ ଜଙ୍ଗଲରୁ କଞ୍ଚା ଗଛ କାଟି ନେଉଥିଲେ। କର୍ତ୍ତିକେୟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତାଙ୍କୁ ଗାଳିଗୁଲଜ କରି ହତ୍ୟା ଧମକ ଦେବା ସହ ସରକାରୀ ଗାଡିକୁ ଭଙ୍ଗାରୁଜା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଅପହରଣ କରି ବନ୍ଧାହେଲେ ପ୍ରେମିକା, ୧୦ ଲକ୍ଷ ଟଙ୍କାର ବି ରଖିଥିଲେ ମୁଣ୍ଡ ଜାମିନ

ଭୁବନେଶ୍ୱର,୨ା୪: ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସବୁବେଳେ ଖବର ଆସେ ପ୍ରେମିକାଙ୍କୁ ଅପହରଣ କରିନେଇଛନ୍ତି ପ୍ରେମିକ। ମାତ୍ର ଆଜିର ଘଟଣା ଟିକେ...

ମନି ଲଣ୍ଡରିଂ ମାମଲାରେ EDର ବଡ଼ ଆକ୍ସନ, ୧୫୬ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ୩୧ ମାର୍ଚ୍ଚ, ୨୦୨୫ରେ ମନି ଲଣ୍ଡରିଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଲକ୍ଷ୍ମୀ ପ୍ରିସିସନ ସ୍କ୍ରୁସ ପ୍ରାଇଭେଟ ଲିମିଟେଡର...

ବିଗିଡ଼ିଲା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଦିଲ୍ଲୀ ଯିବେ

ପାଟନା,୨।୪: ବିହାରରୁ ଏକ ବଡ଼ ଖବର ଆସୁଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରିପୋର୍ଟ ଅନୁଯାୟୀ, ରକ୍ତରେ ଶର୍କରା ବୃଦ୍ଧି...

ହୋଇଗଲା ସ୍ଥିର! ନୂଆ ଓ୍ବାକଫ ବୋର୍ଡରେ ଶିୟା, ସୁନ୍ନିଙ୍କ ସହ ମହିଳା ବି ହେବେ ସାମିଲ

ନୂଆଦିଲ୍ଲୀ,୨।୪: ବୁଧବାର (୨ ଏପ୍ରିଲ) ଲୋକ ସଭାରେ ୱାକଫ ବିଲ ୨୦୨୪ ଉପସ୍ଥାପିତ ହୋଇଥିଲା। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ।...

୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ

ଛତ୍ରପୁର,୨ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ୨୮୮୫ ଶିଶୁ ବଟିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ...

ଦ୍ୱିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨।୪: ଛାଡପତ୍ର ପରେ ଜଣେ ମହିଳା ପରିବାର ଅଦାଲତରେ ସ୍ଥାୟୀ ଭରଣପୋଷଣ ଦାବି କରିପାରିବେ କି? ଯଦି ମହିଳା ଜଣକ ପୁନର୍ବାର ବିବାହ କରନ୍ତି, ତେବେ...

ଏମିତି କ’ଣ କହିଲେ ଅଖିଳେଶ, ଏକାଥରେ ଠିଆ ହୋଇଗଲେ ଶାହା

ନୂଆଦିଲ୍ଲୀ,୨।୪: ଲୋକ ସଭାରେ ବୁଧବାର ୱାକଫ ସଂଶୋଧନ ବିଲ ଉପସ୍ଥାପିତ ହୋଇଛି। ଏହି ସମୟରେ କଂଗ୍ରେସ ଏକ ବିରାଟ ହଙ୍ଗାମା ସୃଷ୍ଟି କରିଥିଲା। ଏହାକୁ ନେଇ...

ବକେୟା ଅର୍ଥ ମାଗିବାକୁ କେନ୍ଦ୍ର କରି ହଣାକଟା,୧୨ ଗୁରୁତର

ବାଲେଶ୍ୱର,୨ା୪ (ବାଞ୍ଛାନିଧି ଦେ): ବକେୟା ଅର୍ଥକୁ ନେଇ ବାଲେଶ୍ୱର ଜିଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ୪ମହିଳାଙ୍କ ସମେତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image