ଜନସମ୍ପର୍କ ପଦଯାତ୍ରାରେ ନବୀନଙ୍କ ଘୋଷଣା: ବିଜେଡିି ଆରମ୍ଭ କରିବ ସମାଜସେବା ଓ୍ବିଙ୍ଗ୍‌

ଭୁବନେଶ୍ୱର,୨।୧୦(ବ୍ୟୁରୋ): ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ବା ସମାଜସେବା ଓ୍ବିଙ୍ଗ ଆରମ୍ଭ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଆସୁଛି। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ସରକାର ପୁଣି ଥରେ ଲୋକଙ୍କୁ ସେବା କରିବାର ସୁଯୋଗ ପାଇଛି। ଆମର ଏହି ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ। ସେହିପରି କିଛି ବର୍ଷ ତଳେ ଆରମ୍ଭ ହୋିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଏକ ବଡ଼ ପରିବର୍ତ୍ତନ ଆଣିଦେଇଛି। ଏପର୍ଯ୍ୟନ୍ତ ୩ ଲକ୍ଷ ୟୁନିଟ୍‌ ରକ୍ତ ଲୋକଙ୍କ ଜୀବନ ରକ୍ଷା କରିଛି। ଏହି ଆନ୍ଦୋଳନରେ ୧୦ଲକ୍ଷ ଲୋକ ସାମିଲ ହୋଇଛନ୍ତି। ଏବେ ଗାନ୍ଧୀଙ୍କୁ ସମ୍ମାନ ଜଣାଇ ବିଜେଡି ଏକ ଓ୍ବିଙ୍ଗ ଆରମ୍ଭ କରିବ। ଏହା ବୃକ୍ଷରୋପଣ, ପରିବେଶ, ରକ୍ତ ସଂଗ୍ରହ ଏବଂ ସ୍ବାସ୍ଥ୍ୟଗତ ସହାୟତା ଆଦି ଦିଗରେ କାମ କରିବ। ଏଥିସହ ଓଡ଼ିଶାକୁ ସବୁଜ, ସୁନ୍ଦର ରଖିବା ଦିଗରେ କାମ କରିବା ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି। ଅପରପକ୍ଷେ ସେ ଦଳୀୟ ନେତାଙ୍କୁ ଲୋକଙ୍କ ସମସ୍ୟା ବୁଝିବାକୁ କହିଛନ୍ତି। ଏଥିସହ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri