ମୁମ୍ବାଇ: ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍(ପ୍ରଶଂସକ)ମାନେ କିଛି ବି କରିପାରନ୍ତି। ଅନେକ ସମୟରେ ଫ୍ୟାନ୍ମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ ସମାନ ଭାବେ ପିନ୍ଧିବାର ନଜିର ରହିଅଛି। ହେଲେ ଏବେ ଜଣେ ଯୁବତୀ ଅଭିନେତା ଜନ୍ ଆବ୍ରାହମଙ୍କ ପାଇଁ ଏପରି କିଛି କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି।
ଜଣେ ଟୁଇଟର ବ୍ୟବହାରକାରୀ ଜନ୍ଙ୍କ ଲାଗି ଏକ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ଜଣେ ଯୁବତୀ ତାଙ୍କ ପାଇଁ ‘କରଓ୍ବାଚୌଥ’ ବ୍ରତ ରଖିଥିବା କୁହାଯାଇଛି। ସେ ବୋଡିଂ ସ୍କୁଲରେ ରହୁଥିବା ସତ୍ତ୍ୱେ ନିଷ୍ଠାର ସହ ବ୍ରତକୁ ପୂରଣ କରିଥିଲେ। କିଛି ନ ଖାଇବା ସହ ରାତିରେ ବ୍ୟାଡ୍ମିଣ୍ଟନ ର଼୍ୟାକେଟ୍କୁ ବ୍ୟବହାର କରି ବ୍ରତ ଭାଙ୍ଗିଥିଲେ। ଜନ୍ ଏହାକୁ ଦେଖିବା ପରେ ଯୁବତୀଙ୍କ ଭୂରି ପ୍ରଶଂସା କରିଛନ୍ତି। ଯୁବତୀଙ୍କ ଗୋଟିଏ ଦିନର ଭୋଜନ ତାଙ୍କ ଉପରେ ଉଧାର ରହିଲା ବୋଲି ସେ ପ୍ରତିକ୍ରିୟାରେ ଲେଖିଛନ୍ତି।
ତେବେ ନିକଟରେ ଜନ୍ ଅଭିନୀତ ଫିଲ୍ମ ‘ପାଗଲପନ୍ତି’ର ଟ୍ରେଲର ରିଲିଜ ହୋଇଛି। ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।