ଜବରଦଖଲ ରାସ୍ତା ନିର୍ମାଣରେ ବାଧକ : ପ୍ରଶାସନ ଚୁପ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)- କେନ୍ଦୁଝର ସହରରେ ଜବରଦଖଲ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡୁଛି । କିଏ ସରକାରୀ ଜମିରେ ଘରବାଡି ଜବରଦଖଲ କରିଛି ତ କିଏ ରାସ୍ତା ଘାଟ ଜବରଦଖଲ କରିଛି । ଫଳରେ ଯାତାୟାତ ଅସୁରକ୍ଷିତ ହୋଇପଡୁଛି । ସହରର ବ୍ୟସ୍ତବହୁଳ ଗାନ୍ଧୀ ଛକ ଚାରିପାଖ ଜବରଦଖଲ ହୋଇଯାଇଥିବାରୁ ରାସ୍ତା ସଙ୍କୁଚିତ ହେବା ସହ ଯାତାୟାତ ବ୍ୟାହତ ହେଉଛି। ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିଲେ ହେଁ ଏହାକୁ ଜବରଦଖଲମୁକ୍ତ କରି ପ୍ରଶସ୍ତ କରାଯାଇପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ବଢୁଛି।
ଏହି ଛକ ଦେଇ ଏନ୍‌ଏଚ ୪୯ ଯାଇଥିବା ବେଳେ ଛକ ଦେଇ ସହରରୁ ପାଣିକୋଇଲି-ରିମୁଳି ଯାଇଥିବା ଏନ୍‌ଏଚ୍‌ ୨୦କୁ ସଂଯୋଗ ହୋଇଛି। ଛକ ନିକଟରେ ବିପଦପୂର୍ଣ୍ଣ ଭାବେ ବଡ ବଡ ସପିଂ କମ୍ପ୍ଲେକ୍ସ ନିର୍ମାଣ ହେଉଥିବା ଯୋଗୁ ଆଗାମୀ ଦିନରେ ବିପଦ ଅଧିକ ହେବା ଆଶଙ୍କା ରହିଛି ା ବିନା ପାର୍କିଂ ଓ ଡ୍ରେନେଜ ବ୍ୟବସ୍ଥାରେ କିପରି ଟାଉନ ପ୍ଲାନିଂ ଓ ପାୈରପାଳିକା ବ୍ୟବସାୟିକ କୋଠା ନିର୍ମାଣ କରିବାକୁ ଅନୁମତି ଦେଉଛନ୍ତି ତାହାକୁ ନେଇ ନାନା ସନ୍ଦେହ ଉପୁଜିଛି। ଏଥିରେ ବ୍ୟାପକ ଅର୍ଥ କାରବାର ହୋଇଥିବାରୁ ଏହି ଛକର ଜମି ମାପଚୁପ କରିବାକୁ ଜିଲାପାଳ ହସ୍ତକ୍ଷେପ କରି ତଦନ୍ତ କରିବାକୁ ଦାବି ହେଉଛି। ସେହିପରି ଏହି ବ୍ୟସ୍ତବହୁଳ ଛକ ନିକଟରେ ଘର ନିର୍ମାଣ ପାଇଁ ସାମଗ୍ରୀ ଜମା ହୋଇ ରହିଥିବାରୁ ରାସ୍ତା ସଂକୁଚିତ ହୋଇପଡୁଛି ା ପ୍ରଶାସନ ସାଧାରଣ ଗରିବ ଛୋଟ ଛୋଟ ବେପାରୀଙ୍କୁ ରାସ୍ତା କଡ଼ରୁ ଉଚ୍ଛେଦ କରି ବାଃ ବାଃ ନେଉଥିବା ବେଳେ ଏଭଳି ବଡବଡିଆଙ୍କ ପ୍ରତି କୋହଳ ମନୋଭାବ ପ୍ରତିପୋଷଣ କରାଯାଉଛି ବୋଲି ସାମାଜିକ କର୍ମୀ ମନସୁର ଆଲାମ କହିଛନ୍ତି। ସେହିପରି ଏହି ଛକରେ ଟ୍ରାଫିକ ଅବସ୍ଥା ସଙ୍ଗିନ ଥିବା ବେଳେ ସିଗନାଲ ଟ୍ରାଫିକ ଲାଇଟ ଦୀର୍ଘ ଦିନ ହେଲା ଅଚଳ ହୋଇରହିଛି। ଏହାକୁ ସଜଡ଼ା ଯାଉ ନ ଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ବିନା ପାର୍କିଂ ବ୍ୟବସ୍ଥାରେ ହୋଟେଲ, ବ୍ୟାଙ୍କ, ମାର୍କେଟ ଆଦି ଚାଲୁଥିବା ବେଳେ ଅନତିଦୂରରେ ତେଲ ପମ୍ପ ଟ୍ରାଫିକ ସମସ୍ୟାକୁ ଅଧିକ ଜଟିଳ କରୁଛି ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି। ଏହାକୁ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ରୋତ୍ସାହିତ କରୁଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର...

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ...

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର...

୩ ମାସ ତଳେ କରିଥିଲେ ବିବାହ, ଘରୁ ମିଳିଲା ଝୁଲନ୍ତା ମୃତଦେହ: ନବବଧୂଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତଳାଗଡିଆ ଗ୍ରାମରେ ମାତ୍ର ୩ ମାସ ତଳେ ବିବାହ କରିଥିବା ଜଣେ ନବବଧୂଙ୍କ...

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ...

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ...

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri