ଜମି ଅଧିଗ୍ରହଣ ପାଇଁ ଅଟକିଛି ରେଲଓ୍ବେ ଓଭରବ୍ରିଜ

ଜଳେଶ୍ୱର, ୨୫ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର-ଦୀଘା ରାଜ୍ୟ ରାଜପଥ ନୂଆବଜାର ଲେଭଲ କ୍ରସିଂଠାରେ ନିର୍ମାଣ ଚାଲିଥିବା ଓଭରବ୍ରିଜ୍‌ କାମ ଜମି ଅଧିଗ୍ରହଣ ପାଇଁ ଅଟକି ରହିଛି। ଏହାର ମୋଟ ୨୮ଟି ପିଲର ମଧ୍ୟରୁ ୪ଟି ପିଲର ରେଳବାଇ ପକ୍ଷରୁ ନିର୍ମାଣ କରିବାର ଯୋଜନା ରହିଛି। ଏହି ୪ଟି ପିଲର ମଧ୍ୟରୁ ୩ଟି ରେଳବାଇ ସ୍ଥାନରେ ହେଉଥିବା ବେଳେ ୧୪ନଂ. ପିଲର ଲାଗି ଜମି ଅଧିଗ୍ରହଣ ଆବଶ୍ୟକ। କିନ୍ତୁ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ତାହା ଅଦ୍ୟାବଧି ହୋଇପାରିନାହିଁ ବୋଲି ରବିବାର ରେଳବାଇ ଖଡଗପୁର ଡିଭିଜନର ନିର୍ବାହୀଯନ୍ତ୍ରୀ ଏସ୍‌ପି ତ୍ରିପାଠୀ ସୂଚନା ଦେଇଛନ୍ତି।
ଏହି ଓଭରବ୍ରିଜ୍‌ ନିର୍ମାଣ ଲାଗି ଦାବି ହୋଇ ଆସୁଥିବା ବେଳେ ୨୦୧୦ ମସିହାରେ ରେଳବାଇ ପକ୍ଷରୁ ସବୁଜସଂକେତ ମିଳିଥିଲା। ପିପିପି ମୋଡରେ ମୋଟ ୬୦କୋଟି ଟଙ୍କା ବ୍ୟୟରେ ଓଭରବ୍ରିଜ୍‌ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ଓଭରବ୍ରିଜ୍‌ ନିର୍ମାଣ ଲାଗି ବିଶେଷ ସରକାରୀ ଜାଗା ଆବଶ୍ୟକ ପଡୁ ନ ଥିଲେ ମଧ୍ୟ ମାତ୍ର ୨ଏକର ଜମି ଅଧିଗ୍ରହଣ ଲାଗି ସରକାର ବିଜ୍ଞାପନ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ୧୦ା୯ା୨୦୨୦ରେ ଶେଷ କଥା, ହେଲେ କାର୍ଯ୍ୟର ମାତ୍ର ୪୦ଭାଗ ଶେଷ ହୋଇ ନାହିଁ। ଏବେ ବି ବଡବଜାରରୁ ନୂଆବଜାରକୁ ଯିବା ଲାଗି ଦୀର୍ଘ ସମୟ ପର୍ଯ୍ୟନ୍ତ ଲେଭଲକ୍ରସିଂ ନିକଟରେ ଖରା ବର୍ଷାରେ ଅପେକ୍ଷା କରିବାକୁ ପଡୁଛି। ଜମି ଅଧିଗ୍ରହଣ ହୋଇ ନ ଥିବାରୁ ଏହି କାର୍ଯ୍ୟ କେବେ ଶେଷ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ତ୍ତବିଭାଗ ପକ୍ଷରୁ ଡାଇଭରସନ ରୋଡ ନିର୍ମାଣ ହୋଇ ନ ଥିବାରୁ ସାଧାରଣ ଲୋକ ଓ ଯାନବାହନ ଯିବାଆସିବାରେ ସମସ୍ୟା ଉପୁଜୁଛି। ଅତିଶୀଘ୍ର ଜମି ହସ୍ତାନ୍ତର କରିବା ଲାଗି ରେଳବାଇ ପକ୍ଷରୁ ପୂର୍ତ୍ତ ବିଭାଗ ମୁଖ୍ୟ ସଚିବ ଓ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ତ୍ରିପାଠୀ ସୂଚନା ଦେଇଛନ୍ତି। ଦୀର୍ଘ ୨ମାସ ଲକ୍‌ଡାଉନ ପରେ ରେଳବିଭାଗ ପକ୍ଷରୁ ଓଭରବ୍ରିଜ୍‌ କାମ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଥିବା ପୂର୍ତ୍ତବିଭାଗ ପକ୍ଷରୁ କୌଣସି ପ୍ରସ୍ତୁତି ଦେଖିବାକୁ ମିଳିନାହିଁ। ଏ ସମ୍ପର୍କରେ ପିଡବ୍ଲ୍ୟୁଡି ସହକାରୀ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁ ଆନ୍ଧ୍ରରୁ ଶ୍ରମିକମାନେ ଆସିପାରି ନାହାନ୍ତି। ସେଥିପାଇଁ କାର୍ଯ୍ୟ ବିଳମ୍ବ ହେଉଛି। ସରକାର ଜମି ଅଧିଗ୍ରହଣ ଲାଗି ଚେଷ୍ଟା ଜାରି ରଖିଛନ୍ତି। ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri