ଜମି ଦେବା ନାଁରେ ୭୮ ଲକ୍ଷ ଠକେଇ: ବିଲ୍‌ଡର ଗିରଫ

ମଙ୍ଗୁଳି,୧୫ା୭(ଡି.ଏନ୍‌.ଏ.): ଏକାଧିକ ସ୍ଥାନରେ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୭୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ପ୍ରଶାନ୍ତ ବେହେରା ନାମକ ଜଣେ ବିଲ୍‌ଡରଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ ଥାନା କାଇଞ୍ଚପୁର ଗ୍ରାମରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜ ଥାନା ଅଧୀନ ମହାନଦୀ ବିହାରରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ ଜୟ ମାତାଦି କନଷ୍ଟ୍ରକ୍ସନ ଆଣ୍ଡ୍‌ ଡେଭଲପର ପ୍ରାଃ. ଲିମିଟେଡ ନାମକ ବିଲ୍‌ଡ୍‌ର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ। ସେ ଶିଖରପୁର ଉପରସାହି ଅଞ୍ଚଳର ଅଶେଷ ସେଠୀ ନାମକ ବ୍ୟକ୍ତିଙ୍କୁ ଜମି ଯୋଗାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ସେହିପରି ଜମି ଯୋଗାଇ ଦେବା ପାଇଁ ମଧ୍ୟ ଅଶେଷଙ୍କ ମାର୍ଫତରେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ୫୮ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପ୍ରଶାନ୍ତ ସେମାନଙ୍କୁ ଜମି ଦେଇ ନଥିଲେ। ଫଳରେ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ। ସେମାନଙ୍କୁ ଉକ୍ତ ସଂସ୍ଥା ପକ୍ଷରୁ ୫୦ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ୍‌ ଚେକ୍‌ ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଅଶେଷ ଏ ସମ୍ପର୍କରେ ପ୍ରଶାନ୍ତଙ୍କୁ ପଚାରିଥିଲେ। ପରେ ପ୍ରଶାନ୍ତ ଉକ୍ତ ବ୍ୟାଙ୍କର ଅନ୍ୟଏକ ଆକାଉଣ୍ଟ ନମ୍ବରରେ ୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ପୁନଶ୍ଚ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଅଶେଷ ଓ ତାଙ୍କ ବନ୍ଧୁ ଠକାମିର ଶିକାର ହୋଇଥିବା ଜାଣିପାରି ଚେକ୍‌ ବାଉନ୍ସକୁ ନେଇ କଟକ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାନ୍ତଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୯୮/୨୨) ରୁଜୁ ହୋଇଛି। ସେହିପରି ଠକାମିର ଶିକାର ହୋଇଥିବା ଅନ୍ୟ କେତେଜଣ ବ୍ୟକ୍ତି ପ୍ରଶାନ୍ତଙ୍କ ନଁାରେ ଥାନାରେ ଅଭିଯୋଗ କରିଥିବା ଥାନାଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଜନଜାତି ଗାଁରେ ରଥ ଟାଣିବେ ଏମ୍‌ପି ସୁକାନ୍ତ

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ସ୍ଥାନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଅଞ୍ଚଳ ଉତ୍ସବ ମୁଖର...

ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ: ୪ଦିନ ହେଲା ଝୁଲୁଛି ତାଲା

ଭଦ୍ରକ,୬।୭: ଭଦ୍ରକ ଜିଲା ବାସୁଦେବପୁରସ୍ଥିତି ଦଧିବାମନପୁର ସ୍କୁଲରେ ୪ଦିନ ହେଲା ତାଲା ଝୁଲୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢା ବନ୍ଦ ରହିଛି। ଏନେଇ ଅଭିଭାବକ ମହଳରେ...

୮ରେ ବନ୍ଦ ରହିବ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର,୬।୭: ରବିବାର ବିଶ୍ୱପ୍ରଶିଦ୍ଧ ରଥଯାତ୍ରା। ଚଳିତବର୍ଷ ରଥଯାତ୍ରା ୨ଦିନ ହେଉଥିବାରୁ ଜୁଲାଇ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ୮ ତାରିଖରେ ସମସ୍ତ ସରକାରୀ ଏବଂ...

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri