ବୈଶିଙ୍ଗା, ୨୭ା୧୦(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା କେନ୍ଦୁଆ ପଞ୍ଚାୟତର ଦଲଦଲି ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ଏକ ପୁରୁଣା ଜମିବାଡି ବିବାଦ ଶେଷରେ ତୀବ୍ର ଆକାର ଧାରଣ କରିଛି। ଏହି ଗ୍ରାମର ଶିବ ମହାର୍ଣ୍ଣାଙ୍କ ଦୁଇ ପୁଅ ରବୀନ୍ଦ୍ର ଓ ରତ୍ନାକର ଏକ ଜମିର ମାଲିକାନାସ୍ବତ୍ତ୍ୱକୁ ନେଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ରବୀନ୍ଦ୍ର ଗ୍ରାମର ଅନ୍ୟ ଦୁଇଜଣ ସହଯୋଗୀ କାର୍ତ୍ତିକ ଓ ଦିବାକରଙ୍କୁ ନେଇ ଶୁକ୍ରବାର ରତ୍ନାକର ଓ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟାଙ୍କ ଉପରେ ଆକ୍ରମଣ କରି ଲୁହଲୁହାଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ବୈଶିଙ୍ଗା ଥାନା ପୋଲିସ ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କ ତତ୍ତ୍ୱାବଧାନରେ କେସ୍ ନଂ.୨୩୭/୧୯ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।