ଜମିଲାଣି ମେଲୋଡ଼ି: ଆକର୍ଷଣ ସାଜୁଛି ଦାଣ୍ଡିଆ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର ଦାଣ୍ଡିଆ ରାସ୍‌। ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେଲେ ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କେଉଁଠି ଭଜନ ସମାରୋହ ତ କେଉଁଠି ମେଲୋଡ଼ି ଓ ଷ୍ଟାର୍‌ ନାଇଟ୍‌ ବେଶ୍‌ ଜମୁଛି। ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସବୁ ମଣ୍ଡପ ପକ୍ଷରୁ ଆୟୋଜିତ କରାଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏପରି କି କେତେକ ସ୍ଥାନରେ ରାମଲୀଳାର ଆୟୋଜନ ମଧ୍ୟ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ରାମଲୀଳା କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ପ୍ରତି ରାତିରେ ଭିନ୍ନ ଦଳ ଓ ଭିନ୍ନ ବିଷୟକୁ ନେଇ ଏଠାରେ ରାମଲୀଳା ପରିବେଷଣ କରାଯାଉଛି। ଏହାସହ ମେଲୋଡି ଓ ଭଜନ ପରିବେଷଣ ମଧ୍ୟ ଏଠାକାର ଅନ୍ୟତମ ଆକର୍ଷଣ ସାଜିିଛି। ସେହିଭଳି ଶହୀଦନଗର ପୂଜାମଣ୍ଡପରେ ମଧ୍ୟ ଭଜନ ସମାରୋହ ଆରମ୍ଭ ହୋଇଛି, ଯାହା ଆଗାମୀ ଦଶମୀ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବହୁ ଜଣାଶୁଣା କଣ୍ଠଶିଳ୍ପୀଙ୍କ କଣ୍ଠରୁ ଭଜନ ଶୁଣିବାକୁ ଏଠାରେ ଲୋକଙ୍କ ଭିଡ଼ ଜମୁଛି। ପୁରୁଣା ଷ୍ଟେଶନ ବଜାରରେ ପ୍ରତି ସନ୍ଧ୍ୟାରେ ମେଲୋଡି ଓ ଅର୍କେଷ୍ଟ୍ରା ନାଇଟ୍‌ର ଆୟୋଜନ କରାଯାଉଛି। ରସୁଲଗଡ଼, ଝାରପଡ଼ା, ବମିଖାଲ ଦୁର୍ଗାପୂଜା ମଣ୍ଡପ ବ୍ୟତୀତ ଅନ୍ୟାନ୍ୟ ଛୋଟବଡ଼ ମଣ୍ଡପରେ ମଧ୍ୟ ମେଲୋଡ଼ି ଓ ଭଜନ ସନ୍ଧ୍ୟା ଦେଖିବାକୁ ପ୍ରତ୍ୟହ ଲୋକଙ୍କ ଭିଡ଼ ଜମୁଛି। ଅନ୍ୟପକ୍ଷରେ ନବରାତ୍ର ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ୍‌ ହୋଇଥିବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ, ଗୁଜରାଟି ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍‌ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଟିଡିସି ପକ୍ଷରୁ ପାନ୍ଥନୀବାସ, ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଲକ୍ଷ୍ମୀପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆ ସମେତ ବିଭିନ୍ନ ତାରକା ହୋଟେଲରେ ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଛି। ଗୁଜରାଟୀ ସମେତ ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଦାଣ୍ଡିଆ ରାସ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଦାଣ୍ଡିଆ ଷ୍ଟିକ୍‌ ମଧ୍ୟ ବିକ୍ରି କରାଯାଉଥିବାବେଳେ ଲୋକେ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ ଓ ଲାଇଭ୍‌ ବ୍ୟାଣ୍ଡ୍‌ରେ ଦାଣ୍ଡିଆ ଖେଳିବାର ମଜା ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri