ଜମୁଛି ଆଖଡା ଖେଳ

ରେମୁଣା, ୭ା୧୦(ଡି.ଏନ.ଏ.)-ଚଳିତବର୍ଷ ଦୁର୍ଗାଷ୍ଟମୀ ମହାସମାରୋହରେ ପାଳିତ ହୋଇଛି। ପ୍ରତିବର୍ଷ ପରି ଐତିହାସିକ ପାଇକ ଆଖଡା ଖେଳ ଅନୁଷ୍ଠିତ ହୋଇଥିଲା। ମନ୍ଦାରପୁରର ୨ଟି ଖେଳ ସହିତ ମହାବୀର ଜିମ୍ନାସିୟମ, ଅଠାନ୍ତର, ହରିପୁର, ମାଧିପୁର, କଁରାଳୀ, ନାଲାପାଟଣା, ନିଅଁାବାଗ, ବଙ୍ଗାଳିସାହି, ବିଦ୍ୟାଧରପୁର, କଁଅରପୁର, ଗନିପୁର, ଜୁଣୁଦା ଆଦି ସ୍ଥାନରୁ ୧୩ଟି ଦଳ ଚିତ୍ତାକାର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଅପରାହ୍ନରୁ ଦଳ ଦଳ ହୋଇ ଆଖଡା ଦଳ ବଜାର ମଧ୍ୟକୁ ପ୍ରବେଶ କରିଥିଲେ ା ଖେଳ ଓ ଖେଳାଳୀଙ୍କୁ ସ୍ବାଗତ କରିବା ପାଇଁ ବଜାରର ତିନୋଟି ସ୍ଥାନରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱ ଏବଂ କୋଠା ଉପରୁ ହଜାର ହଜାର ଲୋକ ଖେଳକୁ ମନଭରି ଉପଭୋଗ କରିଥିଲେ ା ପାଗ ଅନୁକୂଳ ଥିବାରୁ ସନ୍ଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଡିଏସ୍‌ପି ସୁଦାମ ଚରଣ ସାହୁ, ଥାନା ଅଧିକାରୀ ଶ୍ରୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ୧୪ଜଣ ଅଫିସର ଏବଂ ୨ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ। ତେବେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ମନ୍ଦିରଛକ ନିକଟରେ ରେମୁଣା ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ଖେଳର ମୁଖିଆଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷାବିତ୍‌ ସରୋଜ କୁମାର ବେହେରାଙ୍କ ପୌରୋହିତ୍ୟରେ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ସମେତ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ, ଚିତ୍ତରଞ୍ଜନ ସାହୁ, ଡ. ନରୋତ୍ତମ ପରିଡା, ଅଧ୍ୟାପକ ପ୍ରଶାନ୍ତ କୁମାର ବରାଳ, ରବୀନ୍ଦ୍ରନାଥ ଦଳେଇ, ପୁଲିନ ଦାସ, ବିଧାନ ଚନ୍ଦ୍ର ରାୟ, ନିରଞ୍ଜନ ବେହେରା, କାହ୍ନୁଚରଣ ବେହେରା, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ରେମୁଣାର ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଆଖଡା ଦଳର ମୁଖିଆଙ୍କୁ ସମ୍ବର୍ଦ୍ଧିତ କରିଥିଲେ ା ପରିଷଦର ସମ୍ପାଦକ କୃଷ୍ଣମୋହନ ବେହେରା ପ୍ରାରମ୍ଭିକ ସୂଚନା ଏବଂ ଧନ୍ୟବାଦ ଦେଇଥିଲେ ା
ରେମୁଣା ହାଇସ୍କୁଲ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସାୟୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ପ୍ରେମରଞ୍ଜନ ପାତ୍ର, ସୁଧୀର ମଙ୍ଗରାଜ, ଗୌରାଙ୍ଗ ଚନ୍ଦ୍ର ଦାସ, ଲକ୍ଷ୍ମୀଧର ଗାୟଣ, ବିଷ୍ଣୁପଦ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ଦ୍ଧନା ଦେଇଥିଲେ ା
ସେହିପରି ତାରିଣୀଛକ ନିକଟରେ ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ା ସେଠାରେ ମୁଖ୍ୟ ଅତିଥିଭାବେ ବିଧାୟକ ସୁଧାଂଶୁ ଶେଖର ପରିଡା, ଯୁବନେତା ଅମୀୟ ମହାନ୍ତି, ବରିଷ୍ଠ ନେତା ଶତ୍ରୁଘ୍ନ ମଲିକ, ଗଦାଧର ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ ା ମାଧବାନନ୍ଦ ବେହେରା, ଦୁଷ୍ମନ୍ତ ଦାସ, ଯୋଗେନ୍ଦ୍ର ମାହାର୍ଣ୍ଣା ପ୍ରମୁଖ ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri