ଶ୍ରୀନଗର,୪।୭: ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନକୁ ସେ ଗୁରୁତ୍ୱ ଦେଉଛନ୍ତି। ସେହିପରି ଦୁର୍ନୀତିଗ୍ରସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କ ପର୍ଦ୍ଦାଫାଶ୍ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ସମୟ ସୀମାକୁ ବୃଦ୍ଧି କରାଯାଇ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିବାର ଉଦ୍ୟମ ଉପରେ ଭାଜପା ଜୋର୍ ଦେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ୟରେ ବିକାଶ ଧାରା ଅବ୍ୟାହତ ରଖାଯାଇ କିପରି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସୁଚିନ୍ତିତ ଯୋଜନା କରିଥିବା କୁହାଯାଉଛି।