ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

PIPE LEAK

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର ନିକଟ ମହାନଦୀରୁ ୩୦ କି.ମି ଦୂର ନୟାଗଡ ସହରକୁ ହୋଇଥିବା ପାନୀୟ ଜଳ ଯୋଗାଣ ଯୋଜନା କାର୍ଯ୍ୟ ଆରମ୍ଭରୁ ବିଭିନ୍ନ ସ୍ଥାନରେ ପାଇପ କଣା ହୋଇଛି। ଫଳରେ ପାଣି ଲିକ୍‌ ହୋଇ ଅପଚୟ ହେଉଛି। କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ମୁଖ୍ୟ ପାଇପ ସ୍ଥଳରୁ ପାଣି ଲିକ୍‌ ହୋଇ ମହାନଦୀର ପାଣି କୁଆଁରିଆ ନଦୀକୁ ଯାଉଛି। ଏପରି କି ପାଣି ଲିକ୍‌ ଯୋଗୁ ରାସ୍ତା ପାର୍ଶ୍ୱ ନଷ୍ଟ ହେଉଥିବା ଜଣା ପଡିଛି।

ପ୍ରକାଶ ଯେ, କଣ୍ଟିଲୋ-ବାଣପୁର ନିକଟ ମହାନଦୀଠାରୁ ପ୍ରାୟ ୩୦ କି.ମି ଦୂର ନୟାଗଡ ସହରାଞ୍ଚଳର ପାନୀୟ ଜଳ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ୧୯୯୩ ମସିହା ଜିଲା ଯୋଜନା ଓ ଉନ୍ନୟନ ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ପ୍ରାୟ ୨୦ କୋଟି ୭୯ ଲକ୍ଷ ଟଙ୍କାର ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏବେ ଏହି ପ୍ରକଳ୍ପ ଗତ ୨୦୧୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ଜଣା ପଡିଛି। ମାତ୍ର ବାଣପୁର ନିକଟସ୍ଥ ମହାନଦୀ ଘାଟରୁ ବିଭିନ୍ନ ଗ୍ରାମ ମଧ୍ୟ ଦେଇ ପାଇପ ଲାଇନ ବିଛାଯାଇ ଦୀର୍ଘ ୩୦ କି.ମି ଦୂର ଅତିକ୍ରମ କରି ନୟାଗଡ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରକଳ୍ପରୁ ଏକଶହ ଅଶ୍ୱ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଚାଳିତ ମୋଟର ପମ୍ପ ସାହାଯ୍ୟରେ ପାଣି ଉଠୁଥିବାରୁ ଅଧିକ ଚାପରେ ପାଣି ନିର୍ଗତ ହୋଇ ପାଇପ ସଂଯୋଗ ସ୍ଥଳରେ ଲିକେଜ ସୃଷ୍ଟି ହୋଇ ସମସ୍ୟା ଉପୁଜୁଛି ା ବିଶେଷ କରି ଗତ ୫ ଦିନ ହେବ କଣ୍ଟିଲୋ- ବେଣାଗାଡିଆ ମୁଖ୍ୟ ପୂର୍ତ୍ତ ରାସ୍ତାର କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ପାଇପର ସଂଯୋଗ ସ୍ଥଳରୁ ସକାଳ ପ୍ରାୟ ୪ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ପାଣି ନିର୍ଗତ ହୋଇ ଅପଚୟ ହେଉଛି। ଗ୍ରୀଷ୍ମ ପ୍ରବାହ ସମୟରେ ଲୋକେ ପାଣିମୁନ୍ଦେ ପାଇଁ ଡହଳ ବିକଳ ହେଉଥିବା ବେଳେ ଏହି ଲିକେଜ ପାଣି ନିକଟରେ ଅବସ୍ଥିତ ରାମଚଣ୍ଡୀ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଏବଂ ଭୋଜିଭାତ କରୁଥିବା ଲୋକମାନଙ୍କ ପାଇଁ ବରଦାନ ସଦୃଶ୍ୟ ପାଲଟିଛି। ସଂଯୋଗସ୍ଥଳରୁ ପ୍ରବାହିତ ପ୍ରଚୁର ପାଣି ନଦୀକୂଳ ରାସ୍ତାରୁ ମୂର୍ତ୍ତିକା କ୍ଷୟ ହୋଇ ସମସ୍ୟା ସୃଷ୍ଟି କରୁଛି । ଏ ସମ୍ପର୍କରେ ନୟାଗଡ ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କୁ ପଚାରିବାରୁ ସେ ତୁରନ୍ତ ଏ ଦିଗରେ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com
Your Paragraph Text 1

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

13131313

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

78 1

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

Aaa

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

3232 1

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Your Paragraph Text

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

89 4

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Yfguyfgy

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri