ଜଳକ୍ରୀଡ଼ା ବିକାଶରେ ଓଡ଼ିଶାକୁ ସାହାଯ୍ୟ କରିବ କେରଳ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓ୍ବାଟର ସ୍ପୋର୍ଟସ ଟୁରିଜମ୍‌ ତଥା ଜଳ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଲକ୍ଷ୍ୟରେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ଏକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛି ଓଡ଼ିଶା ପର୍ଯ୍ୟଟନ। ଜଳକ୍ରୀଡ଼ା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଏହି ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ତଦନୁଯାୟୀ, ରାଜ୍ୟରେ ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ କରାଯିବ। ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା, ରାଜ୍ୟର ୪୮୨ କିମି ସୁଦୀର୍ଘ ଉପକୂଳ, ୮ ବୃହତ୍‌ ଜଳଭଣ୍ଡାର ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳାଶୟଗୁଡ଼ିକରେ ଜଳକ୍ରୀଡ଼ା, ଆମୋଦପୂର୍ଣ୍ଣ କ୍ରୀଡ଼ା ସହ ହାଉସ୍‌-ବୋଟ ଭଳି ପର୍ଯ୍ୟଟନଧର୍ମୀ କାର୍ଯ୍ୟକ୍ରମ କରାଯିବ। କେରଳ ଶିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ତରଫରୁ ଏହାର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାୟାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଏହି ଉଦ୍ୟମ ଓଡ଼ିଶାରେ ଜଳକ୍ରୀଡ଼ାର ବିକାଶ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ନାୟାର କହିଛନ୍ତି।
ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି ପର୍ଯ୍ୟଟନ କ୍ଷେତ୍ରରେ ଥିବା ଭିତ୍ତିଭୂମିର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ବୋଲି କହିଛନ୍ତି। ଗତବର୍ଷ ଜୁଲାଇରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଜଳକ୍ରୀଡ଼ା ସଞ୍ଚାଳକ ଓ ନିବେଶକମାନଙ୍କୁ ନେଇ ଚିଲିକା, ଟାମ୍ପରା ହ୍ରଦ, ଭିତରକନିକା, ଗୋପାଳପୁର ବେଳାଭୂମିରେ ଆୟୋଜନ ହୋଇଥିବା ଫ୍ୟାମ୍‌ ଟ୍ରିପ୍‌ ପରେ ରାଜ୍ୟ ସରକାର ଜଳକ୍ରୀଡ଼ା କ୍ଷେତ୍ରରେ ଅନେକ ସିଙ୍ଗଲ ୱିଣ୍ଡୋ ପ୍ରସ୍ତାବ ପାଇଛନ୍ତି। ସେଥିରୁ ଟାମ୍ପରା, ଗୋପାଳପୁର, ବରକୂଳ, ଚନ୍ଦ୍ରଭାଗା ଓ କଟକ ନରାଜ ଭଳି ୫ ଜଳକ୍ରୀଡ଼ା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ବିଭାଗ ପକ୍ଷରୁ ଚିଲିକାର କେତେକ ନିର୍ଦ୍ଧାରିତ ସ୍ଥାନରେ ରେସ୍ତୋରାଁ ଚଳାଇବା ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଛି। ଜଳକ୍ରୀଡ଼ା ବ୍ୟତୀତ ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ବୋଟ ପ୍ରଚଳନ କରିବା ପାଇଁ ସ୍ଥିର ହୋଇଛି। ଜଳକ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କେରଳ ରାଜ୍ୟ ଏ କ୍ଷେତ୍ରରେ ଏକ ଅଭିଜ୍ଞ ସହଯୋଗୀ ହୋଇପାରିବ ବୋଲି ବିଭାଗୀୟ ଶାସନ ସଚିବ ବିଶାଲ ଦେବ କହିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ଜାତୀୟ ଜଳପଥ ଅଞ୍ଚଳର କେତେକ ଉପଯୁକ୍ତ ସ୍ଥାନରେ ନଦୀ ଜଳଯାତ୍ରା କରିବା ପାଇଁ ପଦକ୍ଷେପ ନେଇଥିବାବେଳେ ଭାରତ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଏବଂ ଓଡ଼ିଶା ଆଭ୍ୟନ୍ତରୀଣ ଜଳ-ପରିବହନ ବିଭାଗ ଏ ଦିଗରେ ସମ୍ଭାବ୍ୟ ଅନୁଧ୍ୟାନ କରିବାକୁ ଲକ୍ଷ୍ୟ ରଖିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌ଓୟୁ ସ୍ବାକ୍ଷର ବେଳେ କେରଳ ଶିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ବୈଷୟିକ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ଏମାନେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବ୍ୟାପକ ଅନୁଧ୍ୟାନ କରିବା ସହ ସରକାରଙ୍କୁ ତାଙ୍କର ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri