ଜହ୍ନମାମୁର କଳଙ୍କ ପାଇଁ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ଦାୟୀ

ବେଜିଂ,୧୬।୫: ଜହ୍ନରେ ଦେଖାଯାଉଥିବା କଳା କଳା ଅଂଶକୁ କେହି କେହି କଳଙ୍କ ବୋଲି କହିଥାନ୍ତି। ତେବେ ଏହା କିପରି ସୃଷ୍ଟି ହୋଇଛି ତାହାର ଉତ୍ତର ଏବେ ଚାଇନାର ମହାକାଶ ବିଜ୍ଞାନୀ ଜାଣିପାରିଛନ୍ତି। ଏସବୁ ଅଂଶ ଚନ୍ଦ୍ର ପୃଷ୍ଠର ଶୀତଳ ସ୍ଥାନ। ଏଠାରେ ପ୍ରଚୁର ପରିମାଣରେ ଓଲିଭାଇନ୍‌ ଏବଂ କ୍ୟାଲସିୟମ୍‌ ପାଇରୋକ୍ସିନ୍‌ ରହିଛି। ଫଳରେ ଏହା ସ୍ଥାନୀୟ ପୃଷ୍ଠକୁ କଳା କରିଦେଇଛି। ଚାଇନା ଚେଞ୍ଜ୍‌-୪ ମହାକାଶ ଯାନ ପଠାଇଥିବା ଫଟୋ ତଥା ଆବଶ୍ୟକ ତଥ୍ୟରୁ ଏହା ଅନୁମାନ କରାଯାଉଛି। ଚାଇନା, ଆମେରିକା ତଥା ରୁଷିଆ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରାଯାଇଥିବା ଯାନ ପୃଥିବୀଠାରୁ ନିକଟତମ ସ୍ଥାନରେ ଅବତରଣ କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପୃଥିବୀଠାରୁ ଦୂରରେ ଥିବା ଚନ୍ଦ୍ର ପୃଷ୍ଠରେ କୌଣସି ଯାନ ଅବତରଣ କରି ନାହିଁ। ଫଳରେ ଏହାର ରହସ୍ୟ ମହାକାଶ ବିଜ୍ଞାନୀଙ୍କ ପାଇଁ ଅଜଣା ରହିଛି। ତେବେ ଚାଇନା ମହାକାଶ ବିଜ୍ଞାନୀଙ୍କ ତଥ୍ୟ ଲୁନାର ମାଗ୍‌ମା ଥିଓରୀକୁ ସମର୍ଥନ କରୁଥିବା କୁହାଯାଉଛି। ଏନେଇ ଚାଇନା ସାଇନ୍ସ ଏକାଡେମୀ ସଦସ୍ୟ ଚୁନାଲାଇ ଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଆସିଲା ଆଉ ଏକ ଭୟଙ୍କର ଭୂକମ୍ପ, ପାହାଡ଼ରୁ ଖସିଲା ପଥର, ଦେଖନ୍ତୁ ଭିଡିଓ

କାଲିଫର୍ନିଆ,୧୫।୪: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ସୋମବାର (ଏପ୍ରିଲ ୧୪) ସକାଳେ ସାନ ଡିଏଗୋରେ ୫.୨ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଲସ...

ପୁଣିଥରେ ଆଉ ଏକ ବୋମା ଫୁଟାଇବେ ଟ୍ରମ୍ପ, ସାରା ବିଶ୍ୱକୁ କରିବେ ଚକିତ! ୨୦ ଏପ୍ରିଲକୁ ଲାଗୁ ହୋଇପାରେ…

ଓ୍ବାଶିଂଟନ,୧୫।୪: ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ସେ ଯେଉଁ ପ୍ରଥମ ଆଦେଶ ଜାରି କରିଥିଲେ ତାହା...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ନାସା ଆଣିଲା ଜବରଦସ୍ତ ଅଫର୍‌:ଟଏଲେଟ୍‌ ସଫା କଲେ ମିଳିବ ୨୫ କୋଟି ଟଙ୍କା

ଓ୍ବାଶିଂଟନ,୧୪।୪:ନାସା ସାରା ବିଶ୍ୱର ସୃଜନଶୀଳ ଲୋକଙ୍କ ପାଇଁ ଏକ ବିଶେଷ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି। ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ହେଉଛି ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବା...

ମେଟା ବିରୋଧରେ ଅବିଶ୍ୱାସ ବିଚାର ଶୁଣାଣି ଆରମ୍ଭ; ଇନଷ୍ଟାଗ୍ରାମ, ହ୍ୱାଟସଆପ ବିକ୍ରି କରିପାରନ୍ତି ଜୁକରବର୍ଗ

ନୂଆଦିଲ୍ଲୀ,୧୪ା୪: ସୋମବାର ୱାଶିଂଟନରେ ସୋସିଆଲ ମିଡିଆ ଜାଏଣ୍ଟ ମେଟା ବିରୋଧରେ ଏକ ଐତିହାସିକ ଅବିଶ୍ୱାସ ମାମଲାରେ ଶୁଣାଣି ଆରମ୍ଭ ହୋଇଛି। ମାମଲାକୁ ଗୁରୁତ୍ୱପୂର୍ଣ୍ଣ କରୁଥିବା ବିଷୟ...

ଡାନିଏଲ ନୋବୋଆ କିଏ, ଯାହାଙ୍କୁ ଇକ୍ୱେଡରର ନୂଆ ରାଷ୍ଟ୍ରପତି ଭାବେ କରାଗଲା ନିର୍ବାଚନ

କ୍ୱିଟୋ,୧୪।୪: ଇକ୍ୱେଡରରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ, ଇକ୍ୱେଡରର ଜାତୀୟ ନିର୍ବାଚନ ପରିଷଦ ରବିବାର ରାଷ୍ଟ୍ରପତି ଡାନିଏଲ ନୋବୋଆଙ୍କୁ ଦେଶର ରାଷ୍ଟ୍ରପତି ଦୌଡ଼ର...

କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ...

ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image