ଜାଗମରାରେ ପିଏନ୍‌ବି ଲୋନ୍‌ ପଏଣ୍ଟ

ଭୁବନେଶ୍ୱର,୨୩।୫: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ରାମ୍‌ (ରିଟେଲ,କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ)ର ଲୋନ୍‌ ପଏଣ୍ଟ ସ୍ଥାନୀୟ ଜାଗମରା ସ୍ଥିତ ଓରିଏଣ୍ଟାଲ ବ୍ୟାଙ୍କ କ୍ୟାମ୍ପସ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ଉପମହାପ୍ରବନ୍ଧକ ଗଣପତ ଲାଲ, ଉପମହାପ୍ରବନ୍ଧକ ତୌଫିକ ଆଲମ ଏବଂ ଉପମହାପ୍ରବନ୍ଧକ ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋନ୍‌ ପଏଣ୍ଟ ମାଧ୍ୟମରେ ଗ୍ରାହକମାନେ ବିଭିନ୍ନ ପ୍ରକାର ଖୁଚୁରା ଋଣ, କୃଷି ଋଣ ଏବଂ କ୍ଷୁଦ୍ର,ଲଘୁ ଓ ମଧ୍ୟମଧରଣର ଉଦ୍ୟୋଗୀଙ୍କୁ ଋଣ ପ୍ରଦାନରେ ବ୍ୟାପକ ସହାୟକ ହେବ । ଫଳରେ ବ୍ୟବସାୟୀଙ୍କୁ ବହୁ ସୁବିଧା ହେବା ସହ ସହଜରେ ଆବଶ୍ୟକ କାର୍ଯ୍ୟ ଏହା ମାଧ୍ୟମରେ କରିପାରିବେ ବୋଲି ଆଶା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର କରିନିଅନ୍ତୁ କାମ, ଜାନୁଆରୀରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୩୦।୧୨: ଆଉ ଦିନକ ପରେ ୨୦୨୫ ବର୍ଷ ଆରମ୍ଭ ହେବ । ପ୍ରତିମାସ ଭଳି ୨୦୨୫ ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ ।...

ଘରୋଇ ବ୍ୟାଙ୍କରୁ ମୁହଁ ଫେରାଉଛନ୍ତି କର୍ମଚାରୀ

ଭୁବନେଶ୍ୱର,୩୦ା୧୨(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଚାକିରି ତ୍ୟାଗ ଓ ପରିବର୍ତ୍ତନକାରୀ କର୍ମଚାରୀଙ୍କ ସଂଖ୍ୟା ହାରରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। କର୍ମଚାରୀଙ୍କ ଘରୋଇ ବ୍ୟାଙ୍କରୁ ଏପରି...

ଭୁବନେଶ୍ୱରରେ ସ୍କୋଡାର ଇଣ୍ଡିଆ ଡ୍ରିମ୍‌ ଟୁର୍‌ ଟିମ୍‌

ଭୁବନେଶ୍ୱର,୩୦।୧୨: ସ୍କୋଡା ଅଟୋ ଇଣ୍ଡିଆର ନୂତନ ଅଭିଯାନ ‘ଇଣ୍ଡିଆ ଡ୍ରିମ୍‌ ଟୁର୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ବ୍ରାଣ୍ଡ୍‌ର ନୂତନ ମଡେଲ ‘ସ୍କୋଡା...

ନଭେମ୍ବରରେ ରପ୍ତାନି କ୍ଷେତ୍ରର ବୃଦ୍ଧି ୬୪.୪%

ନୂଆଦିଲ୍ଲୀ,୩୦।୧୨: କ୍ରମାଗତ ଭାବେ ଘରୋଇ ବଜାର ରପ୍ତାନି କ୍ଷେତ୍ରର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବାଣିଜି୍ୟକ ଚୁକ୍ତି ଅନୁଯାୟୀ ଭାରତ...

ପ୍ରତ୍ୟାଶାଙ୍କୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଚଳିତବର୍ଷ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶାର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରାୟ ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସୁଇମିଂ...

ଟିପିସିଓଡିଏଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର,୨୮।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)କୁ ନିକଟରେ ଆଉ ଏକ ସମ୍ମାନ ‘କଳିଙ୍ଗ ସୁରକ୍ଷା ଉକତ୍ର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ୧୫ତମ...

ଗ୍ରୀନ୍‌ ଚିଲିଜ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୮।୧୨ (ଅଭୟ ଦାଶ):ରାଜ୍ୟର ଅଗ୍ରଣୀ ଫୁଡ୍‌ ପ୍ଲାଟ୍‌ଫର୍ମ ‘ଗ୍ରୀନ୍‌ ଚିଲିଜ’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶୁକ୍ରବାର ବ୍ରହ୍ମପୁରର ରୁକ୍ମିଣୀ ସିନେମା ହଲ୍‌ ରୋଡ୍‌ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ...

ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଓସାମୁ ସୁଜୁକିଙ୍କ ପରଲୋକ

ନୂଆଦିଲ୍ଲୀ,୨୮ା୧୨:ମାରୁତି ୮୦୦ କାର୍‌ ଆଣି ଭାରତୀୟ କାର୍‌ ବଜାରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସୁଜୁକି ମୋଟର କର୍ପୋରେଶନର ପୂର୍ବତନ ଅଧ୍ୟକ୍ଷ ତଥା ସିଇଓ ଓସାମୁ ସୁଜୁକିଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri