Posted inଫୁରସତ

ଜାଣନ୍ତି ଜିରାଫର ବେକ ଲମ୍ବା କାହିଁକି

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହା ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ ଶିଙ୍ଗ ପାଇଁ ବିଶେଷ ଭାବରେ ଜଣାଶୁଣା। କିନ୍ତୁ ଜାଣନ୍ତି ଜିରାଫର ବେକ ଏତେ ଲମ୍ବା କାହିଁକି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଜିରାଫ ମୂଳତଃ ଆଫ୍ରିକାର ପ୍ରାଣୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳିଥାନ୍ତି। ଜିରାଫ ଏମିତି ଏକ ପ୍ରାଣୀ ଯାହା ଦିନରେ ମାତ୍ର ଅଧ ଘଣ୍ଟା ଶୋଇଥାଏ। ଗୋଟିଏ ଥରରେ ମାତ୍ର ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ଶୋଇଥାଏ। ପୁରୁଷ ଜିରାଫର ଉଚ୍ଚତା ପ୍ରାୟ ୧୮ଫୁଟ। ସେମାନଙ୍କର ବେକ ଛଅରୁ ଆଠ ଫୁଟ ହୋଇଥିବାବେଳେ ପାଦ ପ୍ରାୟ ଛଅ ଫୁଟ। ଜିରାଫ ଜନ୍ମ ହେବାର ୩୦ ମିନିଟ୍‌ ମଧ୍ୟରେ ଚାଲିବା ଆରମ୍ଭ କରେ। ଜନ୍ମ ସମୟରେ ସେମାନଙ୍କର ଓଜନ ପ୍ରାୟ ୧୦୦ କିଲୋଗ୍ରାମ। ମଣିଷ ପରି ଜିରାଫର୍‌ ମଧ୍ୟ ୩୨ଟି ଦାନ୍ତ ଅଛି। ଜିରାଫ ଓଟ ପରି ଦୀର୍ଘଦିନରେ ଥରେ ପାଣି ପିଇଥାଏ। ଏହାର କାରଣ ଏହା ଘାସ ଖାଉଥିବାରୁ ଶରୀରରେ ଆର୍ଦ୍ରତା ରହିଥାଏ। ପାଣି ନ ପିଇ ମଧ୍ୟ ଜିରାଫ ଅଧିକ ଦିନ ବଞ୍ଚିପାରିବ।

ବୈଜ୍ଞାନିକଙ୍କ ଅନୁଯାୟୀ, ଜିରାଫର ଲମ୍ବା ବେକ ଏବଂ ବଡ଼ ହାର୍ଟ (ପ୍ରାୟ ୧୦ କିମ୍ବା ୧୧ କିଲୋଗ୍ରାମ)। କିଛି ଜେନେଟିକ୍‌ ପରିବର୍ତ୍ତନ ହେତୁ ଏପରି ହୋଇଛି। ତଥାପି ଏ ସମ୍ପର୍କରେ କିଛି ବିବାଦ ଅଛି, ଯାହା ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ସମାଧାନ କରିବାରେ ଆଜି ବି ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌...

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri