ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ ଚେନରେ ଜାତୀୟ ପତାକା ମାରି ପଡ଼ିଆକୁ ଆଣିଥିଲେ। ଏହାକୁ ନେଇ ପଡ଼ିଆରେ ଉତ୍ତେଜନା ପ୍ରକାଶ ପାଇଥିଲା। ହୋହାଲ୍ଲା ପରେ ବ୍ୟବସାୟୀଜଣଙ୍କ ଚାଲି ଯାଇଥିଲେ। କିନ୍ତୁ ଏତିକିରେ କଥା ଥମିନଥିଲା। ଏନେଇ ବିଶ୍ୱହିନ୍ଦୁ ପରିଷଦ ନେତା ମୂରଲି ପଣ୍ଡା ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଦୋଷୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଥାନା ଅଧିକାରୀ ସୁଦୀପ୍ତ ସାହୁ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ସରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଅପରପକ୍ଷେ ଚଳିତ ବର୍ଷ ସ୍ବାଧୀନତା ଦିବସ ଉତ୍ସବ ଜେଲ ପଡ଼ିଆରେ ବହୁ ବିଳମ୍ବରେ ଶେଷ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀଦିନରେ ଏହାର ପୁନରାବୃତି ଯେଭଳି ନହେବ ସେଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ସହରର ସଚେତନ ନାଗରିକ ପ୍ରସ୍ତାବ ଦେଇଛନ୍ତି। ଗୁଳିଗୁଳି ଓ ଖରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁ ସମୟ ଧରି ହେବାଦ୍ୱାରା ଅନେକ ଛାତ୍ରୀଛାତ୍ର ଅସୁସ୍ଥ ଅନୁଭବ କରିଥିଲେ। କେତେଜଣ ଅଚେତ ହୋଇଥିବା ମଧ୍ୟ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିରସ୍ମରଣୀୟ ରହିବେ ମନମୋହନ: ଅମର ଆତ୍ମାର ସଦଗତି ପାଇଁ କ୍ୟାଣ୍ଡେଲ୍‌ ଶୋଭଯାତ୍ରା

ପୁରୁଷୋତ୍ତମପୁର,୨୮।୧୨(ସିମାଞ୍ଚଳ ମିଶ୍ର):ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କ ବିୟୋଗରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ଏକ ଶୋକସଭା ନଗର କଂଗ୍ରେସ ସଭାପତି...

ମା’ ଆଗରେ ପୁଅ ଜୀବନ ଚାଲିଗଲା

ଗୋପାଳପୁର,୨୮/୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଗୋବିନ୍ଦନଗରର ଏକ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ବାଇକ୍‌କୁ ପିକ୍‌ଅପ ଭ୍ୟାନ ଧକ୍କା ଦେବାରୁ ମା’ଙ୍କ...

ବର୍ଷା ପ୍ରଭାବରେ ଧାନଫସଲ ନଷ୍ଟ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦିଗପହଣ୍ଡି,୨୭ା୧୨(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଚାଷୀଙ୍କ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ...

ରାଶନ କାର୍ଡ ହାତେଇଛନ୍ତି ୪୦ ଲକ୍ଷ ଭୂତ ହିତାଧିକାରୀ:ପ୍ରତି ଜିଲାରେ ଲକ୍ଷେରୁ ଦେଢ଼ ଲକ୍ଷ…

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର):ରାଜ୍ୟରେ ବହୁ ସଂଖ୍ୟାରେ ଭୂତ ହିତାଧିକାରୀ ରାଶନ କାର୍ଡ ହାତେଇଥିବା ବିଷୟ ଅନେକ ସମୟରେ ଆଲୋଚନା ହୋଇଆସୁଛି। ତେବେ ସରକାର ଖୁବ୍‌ଶୀଘ୍ର ଭୂତ ହିତାଧିକାରୀଙ୍କୁ...

ପୁଣି ବର୍ଷା ସମ୍ଭାବନା: ୪ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା):ପଶ୍ଚିମା ଝଡ଼ ପ୍ରଭାବରେ ୨୮ରୁ ୩୦ ତାରିଖ ମଧ୍ୟରେ ଉତ୍ତର ତଥା ଉତ୍ତର-ପଶ୍ଚିମ ଓଡ଼ିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା...

ଲ’ କମିଶନ ଗଠନ କଲେ ରାଜ୍ୟ ସରକାର:ଜଷ୍ଟିସ ବିଶ୍ୱନାଥ ରଥ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ରାଜ୍ୟ ସରକାର ଲ’ କମିଶନ ଗଠନ କରିଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ...

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri