ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା: ତହସିଲ କାର୍ଯ୍ୟାଳୟ ପରିସରରେ ୨ଗୋଷ୍ଠୀ ଧାରଣା

ରଣପୁର,୧୭।୧୦(ସ୍ବ.ପ୍ର.): ଜାଲ୍‌ ଦଲିଲ୍‌ରେ ପଟ୍ଟା ପ୍ରଦାନ ଘଟଣାରେ ରଣପୁର ଥାନା ପୋଲିସ ତତ୍କାଳୀନ ରଣପୁର ଆରଆଇ ତଥା ଲୋଧାଚୁଆରେ କାର୍ଯ୍ୟରତ ଆରଆଇ ବିରୁପାକ୍ଷ ବିଶ୍ୱାଳଙ୍କୁ ଗିରଫ କରିବା ପ୍ରତିବାଦରେ ରଣପୁର ତହସିଲ ସମ୍ମୁଖରେ କର୍ମଚାରୀମାନେ ବୁଧବାର ଧାରଣା ଦେଇଥିଲେ । ତେବେ ବିନା ନୋଟିସରେ ତହସିଲ କର୍ମଚାରୀମାନେ ଫାଟକରେ ତାଲା ପକାଇ ଆନ୍ଦୋଳନ କରିବା ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେମାନଙ୍କ ଆନ୍ଦୋଳନ ଯୋଗୁ ବିଭିନ୍ନ କାମଧନ୍ଦାରେ ତହସିଲକୁ ଆସିଥିବା ଲୋକ ହଇରାଣ ହେବା ଲକ୍ଷ୍ୟ କରି ସାମାଜିକ କର୍ମୀ ଦିଲୀପ ସାମନ୍ତରାଙ୍କ ନେତୃତ୍ୱରେ ସାଧାରଣ ଲୋକେ ଧାରଣା ଦେଇଥିଲେ । ଆରଆଇଙ୍କ ଗିରଫକୁ ଯୁକ୍ତିଯୁକ୍ତ କହି ତୁରନ୍ତ ଅତିରିକ୍ତ ତହସିଲଦାରଙ୍କୁ ଗିରଫ ଦାବିରେ ଲୋକେ ଆନ୍ଦୋଳନ ଚାଲୁ ରଖିଥିଲେ । ତହସିଲ କାର୍ଯ୍ୟାଳୟ ପରିସରରେ ଦୁଇଟି ଧାରଣା ଚାଲୁ ରହିଥିଲେ ମଧ୍ୟ ତହସିଲଦାର ବା ଉଚ୍ଚ କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ନଥିଲେ। ଦୁଇଟି ଧାରଣା ଚାଲୁ ରହିବା ପରେ ଉତ୍ତେଜନା ଦେଖା ଦେବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଡାକରା ଦେଇଥିବା ତହସିଲ କର୍ମଚାରୀ ଆନ୍ଦୋଳନକୁ ପ୍ରତ୍ୟାହୃତ କରି ନେଇଥିଲେ । ଏହା ପରେ ସାଧାରଣ ଲୋକ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ ।
ଅଭିଯୋଗ ଅନୁସାରେ, ରଣପୁର ତହସିଲ ବାଙ୍କପୁର ଗଁାର ସ୍ବର୍ଗତ ଦାଶରଥି ଜେନା ଓ କୁମୁଦିନୀ ଜେନାଙ୍କର ୨ ପୁଅ ଓ ୩ ଝିଅ । ଦାଶରଥି ଓ କୁମୁଦିନୀଙ୍କ ନଁାରେ ଥିବା ସମ୍ପତ୍ତିିକୁ ବଡ଼ପୁଅ ବିପିନ ଜାଲିଆତି କରି ନିଜ ନଁାରେ କରାଇ ନେଇଥିଲେ । ଏହାର ପ୍ରତିବାଦ କରିବାରୁ ସାନ ଭାଇ ବିଜିନଙ୍କୁ ବଡ଼ ଭାଇ ବିପିନ ଘରୁ ତଡି ଦେଇଥିଲେ । ଏ ସମ୍ପର୍କରେ ବିଜିନ ଅଭିଯୋଗ କରିବା ପରେ ଜମି ଜାଲିଆତିର ତଦନ୍ତ କରାଯାଇ ଜାଲିଆତି ଜମି ପଟ୍ଟା ଖାରଜ ହୋଇଥିଲା । ଏପରିକି ଘରର ମୁଖିଆ ବାପାଙ୍କ ନଁ।କୁ ସମ୍ପତ୍ତି ଚାଲି ଆସିଥିଲା । ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ କରିଥିବା ପ୍ରମାଣ ମିଳିବା ପରେ ତହସିଲ ପକ୍ଷରୁ ଜମି ପଟ୍ଟା ଖାରଜ କରାଯାଇ ନୂଆ ପଟ୍ଟା ପ୍ରଦାନ କରାଗଲା । ହେଲେ ଜାଲ୍‌ ଦଲିଲରେ ସଂପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିଲା । ଅଭିଯୋଗକାରୀ ନ୍ୟାୟ ପାଇଁ ରଣପୁର ଥାନା ଓ ନୟାଗଡ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ପୋଲିସ ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ ନ କରି ଚୁପ ରହିଥିଲା । ଅଭିଯୋଗକାରୀ ନିରାଶ ନ ହୋଇ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପି, ଏସ୍‌ପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଜାଲ୍‌ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ ଅଭିଯୁକ୍ତ ବାଙ୍କପୁରର ବିପିନ କୁମାର ରାୟ, ରଣପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କ ସମେତ ରଣପୁର ତହସିଲର ଅନ୍ୟ କର୍ମଚାରୀଙ୍କ ନଁ।ରେ ପୋଲିସ ୧୮୭/୧୯ରେ ମାମଲା ରୁଜୁ କରିଥିଲା । କିନ୍ତୁ କାହାକୁ ଗିରଫ କରି ନ ଥିଲା । ପରେ ରଣପୁର ପୋଲିସ ଅତିରିକ୍ତ ତହସିଲଦାର ମାନସଙ୍କୁ ଅଟକ ରଖିଥିଲା । ଅଟକର ୪ ଘଣ୍ଟା ପରେ ବିଳମ୍ବିତ ରାତିରେ ଛାଡିଦେଇଥିଲା। ଅନ୍ୟପକ୍ଷେ ରଣପୁର ଥାନା ପୋଲିସ ଲୋ଼ଧାଚୁଆ ଆରଆଇ ବିରୁପାକ୍ଷ ବିଶ୍ୱାଳ ଓ ମୁଖ୍ୟ ଅଭିଯୁକ୍ତ ବିପିନ କୁମାର ରାୟଙ୍କୁ ଗତ ୧୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ନୟାଗଡ ସବ୍‌ଜେଲକୁ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri