କାକଟପୁର, ୧୨।୧୧(ଡି.ଏନ୍.ଏ.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଜିଲା ଅସ୍ତରଙ୍ଗ ଉପକୂଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସର୍ବଧର୍ମ ସମନ୍ବୟ ପୀଠ ଜାହାନିଆଁଠାରେ ଅନୁଷ୍ଠିତ ହେଉଛି ବାଲିଯାତ୍ରା। ପ୍ରତ୍ୟୁଷରୁ ହଜାର ହଜାର ହିନ୍ଦୁ ଓ ମୁସଲମାନ ଶ୍ରଦ୍ଧାଳୁ ଜାହାନିଆଁରେ ପହଞ୍ଚି ଜାହାନିଆଁ ସାହେବଙ୍କ କଠଉ ଦର୍ଶନ କରିବା ସହ ପୀଠରେ ଲିଆ, କଦଳୀ ଭୋଗ କରିଛନ୍ତି। ଅନେକ ଶ୍ରଦ୍ଧାଳୁ ମାନସିକକରି ପୀର ପୀଠସ୍ଥିତ ବାଲିସ୍ତୁପରେ ନାଲି ପତାକା ପୋତିଛନ୍ତି। ଅନେକ ସମୁଦ୍ରରେ ସ୍ନାନକରି ବେଳଭୂମି ସଂଳଗ୍ନ ଝାଉଁ ବଣରେ ଭୋଜି କରୁଥିବା ଦେଖିବାକୁ ମିଳୁଛି। ପୀର ପଡ଼ିଆଠାରେ ମେଳା ଲାଗିଛି। ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।