ଫିଲ୍ମ ‘ଧଡକ’ରେ ପ୍ରଥମଥର ପାଇଁ ଏକଠି ନଜର ଆସିବା ପରେ ଏବେ ଇଶାନ୍ ଖଟ୍ଟର ଏବଂ ଜାହ୍ନବୀ କପୁରଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କୁ ବିଭିନ୍ନ ପାର୍ଟିରେ ଏକତ୍ର ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଇଶାନଙ୍କ ଜନ୍ମଦିନକୁ ଖୁବ୍ ଆଡମ୍ବରର ସହ ପାଳିଥିଲେ ଜାହ୍ନବୀ। ଉଭୟ ପରସ୍ପରକୁ ଡେଟ୍ କରୁଥିବା ଖବରକୁ ଖଣ୍ଡନ କରିଛନ୍ତି ଜାହ୍ନବୀଙ୍କ ପିତା ବୋନି କପୁର। ଜାହ୍ନବୀ ଏବଂ ଇଶାନ୍ ଭଲ ବନ୍ଧୁ ବୋଲି ସେ କହିଛନ୍ତି। ଝିଅ କାହାକୁ ବିବାହ କରିବ ତାହା ସେ ନିଜେ ନିଷ୍ପତ୍ତି ନେବେ ବୋଲି ବୋନି କହିଛନ୍ତି।