ଜିଓ ଇଣ୍ଟରକନେକ୍ସନ ମାମଲା;ଏୟାରଟେଲ୍‌, ଭୋଡାଫୋନ ଦେଇପାରନ୍ତି ୩୦୫୦ କୋଟି ପେନାଲ୍ଟି

ନୂଆଦିଲ୍ଲୀ,୧୮-୬: ଟେଲିକମ୍‌ ଡିପାର୍ଟମେଣ୍ଟର ସମସ୍ତ ନିଷ୍ପତ୍ତି ନେଉଥିବା ସଂସ୍ଥା ଡିଜିଟାଲ କମ୍ୟୁନିକେଶନ୍ସ କମିଶନ(ଡିସିସି) ସୋମବାର ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଠାରୁ ପେନାଲ୍ଟି ଆଦାୟ ଲାଗି ଅନୁମତି ଦେଇଛନ୍ତି। ରିଲାଏନ୍ସ ଜିଓକୁ ପଏଣ୍ଟ ଅଫ୍‌ ଇଣ୍ଟରକନେକ୍ସନ(ପିଓଆଇ) ନ ଦେବା କାରଣରୁ ସେମାନଙ୍କ ଠାରୁ ପେନାଲ୍ଟି ଆଦାୟ କରାଯିବ। ତେବେ ଡିସିସି ୩୦୫୦ କୋଟି ଟଙ୍କାର ପେନାଲ୍ଟି ରାଶିରେ ସଂଶୋଧନ ଲାଗି ଟ୍ରାଇ ଠାରୁ ପରାମର୍ଶ ନେବାକୁ ରାୟରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣରେ ତ୍ରୁଟି କରିବା ଅଭିଯୋଗରେ ରିଲାଏନ୍ସ ଜିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଟେଲିକମ୍‌ ସଚିବ ଦେଇଥିବା ପ୍ରସ୍ତାବ ଉପରେ ଡିସିସି ଅସହମତି ବ୍ୟକ୍ତ କରିଥିଲେ। ସୂଚନାଥାଉ କି, ରିଲାଏନ୍ସ ଜିଓକୁ ଇଣ୍ଟର କନେକ୍ସନ ନ ଦେବା ଅଭିଯୋଗରେ ଟେଲିକମ ଅଥରିଟ ଅଫ୍‌ ଇଣ୍ଡିଆ(ଟ୍ରାଇ) ୨୦୧୬ ଅକ୍ଟୋବରରେ ଭୋଡାଫୋନ ଆଇଡିଆ ଓ ଏୟାରଟେଲ ଉପରେ ୩୦୫୦ କୋଟି ଟଙ୍କାର ପେନାଲ୍ଟି ଆଦାୟ ନିର୍ଦ୍ଦେଶ ଦେଇଥିଲେ। ପ୍ରାପ୍ତ ସୂଚନାନୁଯାୟୀ, ଏୟାରଟେଲ ଓ ଭୋଡାଫୋନ ଉପରେ ପ୍ରାୟ ୧୦୫୦ କୋଟି ଟଙ୍କା ଲେଖାଏ ଏବଂ ଆଇଡିଆ ଠାରୁ ୯୫୦ କୋଟି ଟଙ୍କାର ପେନାଲ୍ଟି ଆଦାୟ ଲାଗି ସେତେବେଳେ ଟ୍ରାଇ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଭୋଡାଫୋନ ସହ ଆଇଡିଆର ମିଶ୍ରଣ ହୋଇସାରିଛି। ତଦନୁଯାୟୀ, ଭୋଡାଫୋନ ଆଇଡିଆ ୨୦୦୦ କୋଟି ଟଙ୍କା ପେନାଲ୍ଟି ଦେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri