ଜିଲା ଯୁବ ଉତ୍ସବ ଉଦ୍‌ଯାପିତ: ଗଞ୍ଜାମକୁ ଭାରତର ଶ୍ରେଷ୍ଠ ଜିଲା କରିବାକୁ ଆହ୍ବାନ

ବ୍ରହ୍ମପୁର ଅଫିସ,୨୫ା୧୧-ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲା ପ୍ରଶାସନ କ୍ରୀଡା ବିଭାଗ ଅନୁକୂଲ୍ୟରେ ବ୍ରହ୍ମପୁର ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲା ଯୁବ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି ା ଗଞ୍ଜାମ କଳା, ସଂସ୍କୃତି ଜିଲା ା କଳା, ସଂସ୍କୃତି, ପରମ୍ପରା, କ୍ରୀଡା ଭଳି ପ୍ରତ୍ୟେକ କ୍ଷେତ୍ରରେ ଜିଲାକୁ ଭାରତର ଶ୍ରେଷ୍ଠ ଜିଲାରେ ପରିଣତ କରିବାକୁ ଯୁବ ବର୍ଗ ଅଗ୍ରସର ହୁଅନ୍ତୁ ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏହା କହିଛନ୍ତି। ଉଦ୍‌ଯାପନୀ ଦିବସରେ ସମ୍ମାନିତ ଅତିିଥି ଭାବେ ଅବସରପ୍ରାପ୍ତ ସଂସ୍କୃତି ବିଭାଗ ସହକାରୀ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ, ବ୍ରହ୍ମପୁର ଷ୍ଟାଡିୟମ୍‌ ଇନ୍‌ଚାର୍ଜ କାଜଲ କୁମାର ସାହୁ, ଅଧ୍ୟାପକ ଡ. ସତୀଶ ନାୟକ ଓ ନାରାୟଣ ମହାଙ୍କୁଡ ପ୍ରମୁଖ ମଞ୍ଚାସୀନ ଥିଲେ ା ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଓଡିଶୀ ନୃତ୍ୟ, ଇଲୋକ୍ୟୁସନ, ଏକାଙ୍କିକା, ମଣିପୁରୀ, କଥକ ଓ କୁଚିପୁଡି ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦଳଗତ ଲୋକସଙ୍ଗୀତ ପ୍ରତିଯେଗିତାରେ ବ୍ରହ୍ମପୁର ଓଡିଶୀ ସଙ୍ଗୀତ ପରିଷଦ(ନୁପୁର) ଅନୁଷ୍ଠାନର ନଳିନୀକାନ୍ତ ପାତ୍ର ଓ ଦଳ, ଦଳଗତ ଲୋକନୃତ୍ୟରେ ଶ୍ୟାମଘନ ବେହେରା ଓ ଦଳ ଜିଲାସ୍ତରରେ ପ୍ରଥମ ହୋଇ ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଯୋଗଦେବାକୁ ମନୋନୀତ ହୋଇଛନ୍ତି। ସେହିପରି ବଂଶୀବାଦନରେ ରମାକାନ୍ତ ସାହୁ, ହିନ୍ଦୁସ୍ଥାନୀ ସଙ୍ଗୀତରେ ଦିବ୍ୟାଶା ପଣ୍ଡା, ତବଲାରେ ଏ. ସିଦ୍ଧାର୍ଥ, ହାରମୋନିୟମରେ ଆଶିଷ କୁମାର ଭୂୟଁା, ଭାରତ ନାଟ୍ୟମ୍‌ ଓ କୁଚିପୁଡିରେ ମୋନାଲି ଦାଶ, ମୃଦଙ୍ଗରେ ଝଟକ ବେହେରା, ବକ୍ତୃତାରେ ଶୁଭଶ୍ରୀ ଜେନା, ଏକାଙ୍କିକାରେ ଆରିହ୍ୟାନ୍ତ କଲେଜର ବିଶ୍ୱମ୍ଭର ବେହେରା ଓ ଗ୍ରୁପ , ଗିଟାରରେ କାଳୁଚରଣ ମହାରଣା, ଓଡିଶୀ ନୃତ୍ୟରେ ସୋନାଲି ସାବତ, କଥକରେ ଚର୍ଚ୍ଚିକା ଦାଶ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି ା ଏହି କୃତୀ ପ୍ରତିଯୋଗୀମାନେ ଆଗାମୀଦିନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ଭାଗନେବେ ବୋଲି କ୍ରୀଡା ବିଭାଗ ପକ୍ଷରୁ କୁହାଯାଇଛି ା
ଏହି ଉତ୍ସବରେ ଜିଲାର ୧୧ ବ୍ଲକ, ୨ ଏନ୍‌ଏସି ଓ ବ୍ରହ୍ମପୁର ମହାନଗର ନିଗମରୁ ୪୮୦ ଯୁବ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଜିଲାର ୩୧ ବରିଷ୍ଠ ଗୁରୁ, କଳାକାର ବିଚାରକ ଭାବେ ଯୋଗଦେଇଥିଲେ ା ୬୨ ଅଫିସିଆଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ା ଉଦ୍‌ଯାପନୀ ଦିବସରେ ବିଭିନ୍ନ ପ୍ରତିଯୋଗିତାରେ ଜିଲାରୁ ଭାଗନେଇ ଲୋକ ସଙ୍ଗୀତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଓଡିଶୀ ସଙ୍ଗୀତ ପରିଷଦ(ନୂପୁର) ଅନୁଷ୍ଠାନ ସମେତ ଅନ୍ୟ ୭ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ...

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri