ଛତ୍ରପୁର,୧୧ା୫(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକଙ୍କ ସମୟୋଚିତ ପଦକ୍ଷେପକୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଣିତରା ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଏହି କେନ୍ଦ୍ର ଜନବସତି ଅଞ୍ଚଳରେ ହୋଇଥିବାରୁ କ୍ୱାରାଣ୍ଟାଇନ୍ରେ ଥିବା ଲୋକେ ପାନ ଗୁଟ୍ଖା ଆଦି ପାଇଁ ବେଳେବେଳେ ବାହାରକୁ ଆସୁଥିଲେ। ଏଥିସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ବହୁଲୋକ ମାନୁ ନ ଥିଲେ। ଏଭଳି ସ୍ଥିତିରେ ପଞ୍ଚାୟତରେ କରୋନା ସଂକ୍ରମଣ ଆଶଙ୍କା ଲକ୍ଷ୍ୟ କରି ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ କରି ଗତ ୯ ତାରିଖରେ ୮ଦିନ ଲାଗି ପୂର୍ବାହ୍ନ ୧୧ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରିଥିଲେ।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ, ରାଜ୍ୟ