ଜିଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ଭବାନୀପାଟଣା,୩୧।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ତମାଖୁ ବର୍ଜନ ଦିବସ ଶୁକ୍ରବାର ପାଳିତ ହୋଇଛି। ଏହି ଦିବସରେ ସିଡିଏମ୍‌ଓପିଏଚ୍‌ଓ ଡ. ବନଲତା ଦେବୀ, ଡ. ନିହାରେନ୍ଦ୍ର ପଣ୍ଡା, ଡ. ସୁଶିଲ ରଥ, ଡ. ମନୋ ମାଝି, ଡ. ସୁବ୍ରତ ପଢିହାରୀ, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ୍‌ ଅବନିରଞ୍ଜନ ମହାପାତ୍ର, ଖଗେନ୍ଦ୍ର ମାଝି, ଏନ୍‌ଟିସିପିର ଜିଲା ପରାମର୍ଶ ଦାତା ହିମାଂଶୁ ଶେଖର ବାରିକ, ଆର୍‌ଏନ୍‌ଟିସିପିର ପ୍ରବିଣ ସେନାପତୀ ଓ ବିକାଶ ଦାସ, ଖାଦ୍ୟ ସୁରକ୍ଷା ଅଧିକାରୀ ଅଜିତ୍‌ ଚାନ୍ଦ, ଡିଆଇ ବେଞ୍ଜାମିନ୍‌ ଦାସ ପ୍ରମୁଖ ଯୋଗଦେଇ ଏହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଦିବସରେ ଆଶା କର୍ମୀମାନେ ଓ ଏଏନ୍‌ଏମ୍‌୍‌ ଛାତ୍ରୀମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ଏହି ଦିବସ ଉପଲକ୍ଷେ କୁଇଜ୍‌ ଓ ବକୃତା ପ୍ରତିଯୋଗିତା କରାଯାଇଥିଲା। ବିଜୟୀ ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉପସ୍ଥିତ ସ୍ବାସ୍ଥ୍ୟ ଅଧିକାରୀମାନେ ତମାଖୁ ବର୍ଜନ କରିବା ଉପରେ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମକୁ ହିମାଂଶୁ ଶେଖର ବାରିକ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଦସ୍ତଖତ ଅଭିଯାନ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମାଇକରେ ପ୍ରଚାର ଓ ଲିପଲେଟ୍‌ ବଣ୍ଟନ କରାଯାଇଥିଲା। ଭବାନୀପାଟଣା ଅର୍ବାନ ପବ୍ଲିକ୍‌ ହେଲ୍‌ଥ ସେଣ୍ଟରଠାରେ ଏକ ଓରାଲ ସ୍କେନିଙ୍ଗ କ୍ୟାମ୍ପର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri