ଜିଲାସ୍ତରୀୟ ସ୍ତନ୍ୟପାନ ସପ୍ତାହ ପାଳିତ

ଭବାନୀପାଟଣା,୮।୮(ଡି.ଏନ.ଏ.) ଜିଲା ସ୍ବାସ୍ଥ୍ୟ ସମିତି ଓ ଜିଲା ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବନଲତା ଦେବୀ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅଶୋକ କୁମାର ଦାସ, ଏପିଡେମିଲୋଜିଷ୍ଟ ଡା. ସୁସିଲ କୁମାର ରଥ, ଡା. ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ଅଧ୍ୟକ୍ଷା ତନ୍ମୟୀ ବେହେରା, ଆଶା ମେନେଜର ଅକ୍ଷୟ କୁମାର ରଣା, ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଖଗେନ୍ଦ୍ର ମାଝି ପ୍ରମୁଖ ଯୋଗଦେଇ ସ୍ତନ୍ୟପାନର ଉପକାରିତା, ଜନ୍ମହେବା ମାତ୍ରେ ଶିଶୁକୁ ମା’ର କଷ କ୍ଷୀର ନିଶ୍ଚୟ ଖାଇବାକୁ ଦେବା, ଜନ୍ମହେବାଠାରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମାଫର କ୍ଷୀର ଦେବା ସାଙ୍ଗକୁ ମା’ର କ୍ଷୀର କିଭଳି ଶିଶୁ ସହଜରେ ହଜମକରେ, ମା’ଠାରୁ ସିଧା ସଳଖ ଶିଶୁ ପାଖକୁ ଆସୁଥିବାରୁ ଏହା ଜୀବାଣୁ ମୁକ୍ତ, ନିମୋନିଆ ଏବଂ ଡାଇରିଆ ପରି ସଂକ୍ରମଣରୁ ଶିଶୁକୁ ରକ୍ଷା ମିଳିଥାଏ, ଏହା ଶିଶୁକୁ ବୁଦ୍ଧିମାନ କରିଥାଏ, ଶିଶୁକୁ ଆଜ୍‌ମା (ଶ୍ୱାସରୋଗ) ଏବଂ ଆଲେର୍କିରୁ ମଧ୍ୟ ରକ୍ଷା କରିଥାଏ, ମା’ ଏବଂ ଶିଶୁ ମଧ୍ୟରେ ଭାବନାମତ୍କ ସମ୍ପର୍କକୁ ଦୃଢ କରିଥାଏ ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ମା’ର କ୍ଷୀରର ଉପକାରିତା ଉପରେ ଏକ ସଚେତନତା ଆଲୋଚନାଚକ୍ର, ବକୃତା ଓ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ

ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା...

ବାରାହା ମାଂସ ଜବତ: ୩ ଗିରଫ

ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ...

କିନ୍ନର ବେଶରେ କରିଥିଲେ ପିଲାଚୋରି, ଚୋରଙ୍କୁ ଏମିତି ଧରିଲେ ଆଉ ଜଣେ କିନ୍ନର

ଯାଜପୁର,୨୦ା୪: କିନ୍ନର ବେଶରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାରୁ ଏକ ଶିଶୁକନ୍ୟା ଚୋରି ହୋଇଥିଲା। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ...

ସର୍ବଭାରତୀୟ JEE ମେନ୍‌ରେ ଛତ୍ରପୁରର ବିଷ୍ଣୁଙ୍କ ସଫଳତା

ଛତ୍ରପୁର,୨୦।୪(ସନ୍ତୋଷ ପାଢ଼ୀ ): ସଦ୍ୟ ପ୍ରକାଶିତ JEE ମେନ୍‌ ୨୦୨୫ ପରୀକ୍ଷାରେ ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିର ବିଷ୍ଣୁପ୍ରସାଦ ଶତପଥୀ ୯୯.୯୩% ମାର୍କ ରଖିଛନ୍ତି ।...

ରାତାରାତି ହାଇଓ୍ବା ଜବତ କରି ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୦।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଋଷିକୁଲ୍ୟା ନଦୀରୁ ବେଆଇନ ଭାବରେ ବାଲି ଚୋରାରେ ଚାଲାଣ ହେଉଥିବା ବେଳେ ଏକ ହାଇୱା ଟ୍ରକକୁ ଜବତ...

ନିଦରୁ ଉଠିଲାବେଳକୁ କୋଟିପତି, ପୁଣି ଜଣେ ଓଡ଼ିଆ ପୁଅ ଜିତିଲେ ୩କୋଟି ଟଙ୍କା

କାକଟପୁର,୨୦।୪: ରାତାରାତି ବଦଳିଗଲା ଭାଗ୍ୟ। ଅନଲାଇନ ଗେମ୍‌ରେ ମାତ୍ର ୪୯ଟଙ୍କା ଲଗାଇ ଜିତିଲେ ୩କୋଟି ଟଙ୍କା ଓ ମହିନ୍ଦ୍ରା ଥାର୍‌। ଏପରି ପୁଣି ଏକ ଘଟଣା...

ମେ’୨୦ରୁ ଜିଲାରେ ରବି ଧାନ ସଂଗ୍ରହ

ନୂଆପଡ଼ା,୨୦ା୪(ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଶନିବାର ଜିଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ମେ’ ୨୦ରୁ ମଣ୍ଡି ଖୋଲି...

ରାଜସ୍ବ ଗ୍ରାମର ମାନ୍ୟତା, ଜଙ୍ଗଲ ଜମି ପଟ୍ଟା ସଂଶୋଧନ ଦାବି: ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ଧାରଣା

ନୂଆପଡା,୨୦ା୪ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଛତିଶଗଡ଼ ସୀମାନ୍ତ ଚୁଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁ ଅଧିନ ୮ଟି ପଡାର ଅଧିବାସୀମାନେ ବିଭିନ୍ନ ଦାବି ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image