ଜୀବନ, ଜୀବିକାର ଉଦାହରଣ ସୃଷ୍ଟି କରିଛି ଏସ୍‌ଏଚ୍‌ଜି

ଦେବଗଡ଼,୮ା୫(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଜୀବନ ଓ ଜୀବିକାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ରିଆମାଲ ବ୍ଲକ ଆଡସ ଗ୍ରାମପଞ୍ଚାୟତ ସିଆରିଆ ଗ୍ରାମର ବିଶ୍ୱ ମା’ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ। କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନର ସମସ୍ତ ନିୟମକୁ ଶୃଙ୍ଖଳାର ସହିତ ପାଳନ କରି ସେମାନେ ଗାଁ କଟାରେ ବୈଷୟିକ ଜ୍ଞାନ କୌଶଳରେ ମାଛଚାଷ କରି ଭଲ ରୋଜଗାର କରିପାରିଛନ୍ତି । ଜିଲା ମତ୍ସ୍ୟ ବିଭାଗର ସୂଚନା ଅନୁଯାୟୀ ଗ୍ରାମପଞ୍ଚାୟତ ପୋଖରୀ ଓ ଅନ୍ୟାନ୍ୟ ଜଳଉତ୍ସରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଛଚାଷ ଯୋଜନାରେ ୨୦୧୯-୨୦ ଆରମ୍ଭ ହୋଇଥିଲା। ପଞ୍ଚାୟତ ଅଧୀନସ୍ଥ ଗାଁ କଟାକୁ ୫ ବର୍ଷ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଲିଜ୍‌ ସୂତ୍ରରେ ନେଇ ମାଛଚାଷ ଆରମ୍ଭ କରିଥିଲେ। ମତ୍ସ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ଜ୍ଞାନ କୌଶଳ ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ରିହାତି ଯୋଗାଇ ଦିଆଯାଇଥିଲା। ମାଛଚାଷର ପ୍ରଥମ ଅମଳରୁ ସେମାନେ ୫ କୁଇଣ୍ଟାଲ ମାଛ ସେହି ଗ୍ରାମରେ ହିଁ ବିକ୍ରୟ କରି ୭୦ ହଜାର ଟଙ୍କା ରୋଜଗାର କରିପାରିଛନ୍ତି। ୧୦ଜଣ ସଦସ୍ୟ ବିଶିଷ୍ଟ ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ଏଥିପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ଆଗାମୀ ଦିନରେ ଆହୁରି ଭଲ ଭାବେ ମାଛଚାଷ କରି ପରବର୍ତ୍ତୀ ଅମଳରେ ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଜିଲା ମତ୍ସ୍ୟ ଅଧିକାରୀ ନରୋତ୍ତମ ନାୟକ ପ୍ରକାଶ କରିଛନ୍ତି। ଲକ୍‌ଡାଉନ ସମୟରେ ଏହି ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ଉପାର୍ଜନ ଗ୍ରୁପର ମହିଳାମାନଙ୍କ ମୁହଁରେ ହସ ଫୁଟାଇ ପାରିବା ସହ ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି। ସୂଚନାଯୋଗ୍ୟ, ଅଧିକ ମାଛ ଉପତ୍ାଦନ ସହିତ ପୃଷ୍ଟି ସାଧନ ଓ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ଅଧିକ ରୋଜଗାରକ୍ଷମ କରିବା ଏହି ଯୋଜନାର ମୂଳଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri