ଜୀବନ ନେଉଛି ପ୍ରାକୃତିକ ବିପତ୍ତି: ୧୦ବର୍ଷରେ ୧୧,୪୪୦ ମୃତ; ସବୁ ଗାଁରେ ଗଠନ ହେବ ବିପର୍ଯ୍ୟୟ ପରିଚାଳନା କମିଟି

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟରେ ହେଉଥିବା ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ହରାଇବାକୁ ପଡୁଛି। ଗତ ୧୦ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା, ଘୂର୍ଣ୍ଣିଝଡ଼, ବନ୍ୟା, ଡଙ୍ଗାବୁଡ଼ି, ସାପ କାମୁଡ଼ା, ଭୂସ୍ଖଳନ ଓ ପାଣିରେ ବୁଡ଼ି ୧୧,୪୪୦ ଜଣଙ୍କ ଜୀବନ ଯାଇଛି। ଏଥିଯୋଗୁ କେବଳ ୨୦୧୯-୨୦ରେ ୧୫୫୦ ଜଣଙ୍କର ପ୍ରାଣହାନି ହୋଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରେ ୫୦୧ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦୧୨-୧୩ରେ ୪୪୪, ୨୦୧୩-୧୪ରେ ୫୩୮, ୨୦୧୪-୧୫ରେ ୪୮୨, ୨୦୧୫-୧୬ରେ ୧୩୩୬, ୨୦୧୬-୧୭ରେ ୧୭୧୦, ୨୦୧୭-୧୮ରେ ୨୩୨୫, ୨୦୧୮-୧୯ରେ ୨୫୫୦, ୨୦୧୯-୨୦ରେ ୧୫୫୦ ଜଣଙ୍କର ଦୈବବିପତ୍ତି ଯୋଗୁ ମୃତ୍ୟୁ ଘଟିଛି।

ତେବେ ଗତ କିଛି ବର୍ଷ ହେବ ରାଜ୍ୟରେ ବଜ୍ରପାତ ଓ ସର୍ପାଘାତ ମହାବିପର୍ଯ୍ୟୟ ଭାବେ ଦେଖାଦେଇଛି। ଏଥିରେ ଗତ ୧୦ ବର୍ଷ ମଧ୍ୟରେ ୬୧୧୯ ଜଣଙ୍କର ଜୀବନ ଯାଇଛି। ସଚେତନତା ଅଭାବରୁ ଏହି ଦୁଇ ବିପତ୍ତିଜନିତ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତପକ୍ଷ (ଓସ୍‌ଡମା) ପକ୍ଷରୁ ଗ୍ରାମାଞ୍ଚଳରେ ଗ୍ରାମ ବିପର୍ଯ୍ୟୟ ପରିଚାଳନା ଯୋଜନା(ଭିଡିଏମ୍‌ପି) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ସମ୍ବେଦନଶୀଳ ଗ୍ରାମକୁ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ୫୦ ହଜାର ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ଗ୍ରାମର ଯୁବତୀ ଯୁବକମାନଙ୍କୁ ସାମିଲ କରାଯିବ। ସେମାନଙ୍କୁ ଜିଲା ଓ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଦିଆଯିବ। ଭିଡିଏମ୍‌ପିରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ କରାଯିବ। ଏହି ଯୋଜନାରେ ଗଠିତ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀରେ ସଚେତନତାଠାରୁ ଆରମ୍ଭ କରି ଉଦ୍ଧାର, ଗବେଷଣା, ସୂଚନା ଆଦି ବିଷୟରେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବ। ସେମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କୁ ଜଣାଇବେ। ବିପତ୍ତି ଆସିବା ପୂର୍ବରୁ ଓ ପରେ ଲୋକମାନଙ୍କୁ ସଚେତନ କରାଯାଇ ପାରିବ। ଫଳରେ ରାଜ୍ୟରେ ପ୍ରାକୃତିକ ବିପତ୍ତି ଯୋଗୁ ହେଉଥିବା ମୃତ୍ୟୁକୁ ଅନେକାଂଶରେ ହ୍ରାସ କରାଯାଇ ପାରିବ ବୋଲି ଡେପୁଟି ରିଲିଫ୍‌ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି।

୨୦୧୧ରୁ ଏ ପର୍ଯ୍ୟନ୍ତ କେବଳ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ୩୧୯୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ସାପ କାମୁଡା ଆଉ ଏକ ଭୟଙ୍କର ପ୍ରାକୃତିକ ବିପତ୍ତି ଭାବେ ଦେଖାଦେଲାଣି। ସର୍ପ ଦଂଶନରେ ବହୁ ଲୋକଙ୍କର ପ୍ରାଣହାନି ଘଟୁଛି। ଉପଯୁକ୍ତ ଚିକିତ୍ସା ଅଭାବ, ଗୁଣିଗାରେଡି ଏବଂ ଡାକ୍ତରଖାନାରେ ସାପ କାମୁଡା ଔଷଧ ଅଭାବ ଯୋଗୁ ରାଜ୍ୟରେ ସାପ କାମୁଡା ଜନିତ ମୃତ୍ୟୁ ବଢି ଚାଲିଛି। ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ସାପ କାମୁଡାରେ ୩,୪୨୧ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୫-୧୬ରେ ସାପ କାମୁଡାରେ ୪୮୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୬-୧୭ରେ ୬୧୦, ୨୦୧୭-୧୮ରେ ୮୩୭, ୨୦୧୮-୧୯ରେ ୮୮୬ ଏବଂ ୨୦୧୯-୨୦ରେ ୬୦୩ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସରକାର ଏହାକୁ ୨୦୧୫ରୁ ପ୍ରାକୃତିକ ବିପତ୍ତି ଭାବେ ଘୋଷଣା କରିଛନ୍ତି। ସାପ କାମୁଡାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସାପ କାମୁଡାରେ ମୟୂରଭଞ୍ଜ ଜିଲା ଆଗରେ ରହିଛି। ୨୦୧୯ ନଭେମ୍ବର ୨୧ ପର୍ଯ୍ୟନ୍ତ ଏହି ଜିଲାରେ ୩୧୨ ଜଣଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି। ଏହା ତଳକୁ ଗଞ୍ଜାମ ୨୮୭, ବାଲେଶ୍ୱର ୨୬୬, ଅନୁଗୋଳ ୧୦୨, ଭଦ୍ରକ ୧୩୫, ଢେଙ୍କାନାଳ ୧୦୨, ଯାଜପୁର ୧୧୬, କେନ୍ଦୁଝର ଜିଲାରେ ସର୍ବାଧିକ ୧୬୩ ଜଣଙ୍କର ମୃତ୍ୟୁ ହୋଇଛି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇପାରିଲେ ସାପ କାମୁଡାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଡେପୁଟି ରିଲିଫ୍‌ କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣି ଅନଲାଇନ୍ ପେମେଣ୍ଟ୍ କଲେ ପ୍ରଧନମନ୍ତ୍ରୀ; କହିଲେ ବଡ଼ କଥା

ଭୁବନେଶ୍ୱର,୨୦।୯: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ...

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆରମ୍ଭ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା; ୨୩ରୁ ବର୍ଷା ପରିମାଣ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୦।୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ପ୍ରଥମେ ଆସନ୍ତା...

ଓଡ଼ିଶା ପୁଣିଥରେ ଦେଖିବ ସରକାର ପରିବର୍ତ୍ତନ; କ୍ଷମତାକୁ ଆସିବ କଂଗ୍ରେସ: ସୋଫିଆ ଫିର୍ଦୋସ୍

ଭୁବନେଶ୍ୱର,୨୦।୯: ଓଡ଼ିଶାରେ ୨୪ ବର୍ଷରୁ ଅଧିକ ସମୟ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରହିବା ପରେ ସରକାର ପରିବର୍ତ୍ତନ ହୋଇଛି।ରାଜ୍ୟର ନୂତନ ସରକାର...

‘ବ୍ୟାଙ୍କରୁ ସୁଭଦ୍ରା ଟଙ୍କା ନ ଉଠାଇଲେ ସରକାର…’, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ସୁଭଦ୍ରାକୁ ନେଇ ଭ୍ରମିତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ସୁଭଦ୍ରାକୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି, ଭ୍ରମିତ ହୁଅନ୍ତୁନି।...

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri