ବ୍ୟାଙ୍କକ୍,୩୦।୧୨: ଗତ ବର୍ଷ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ଜଣେ ନୌସେନା ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ପ୍ରାୟ ବର୍ଷେ ହେବ ରକ୍ତ ସଂକ୍ରମଣ ଯୋଗୁ ପେଟି ଅଫିସର ଥିବା ବେଇରୁଟ ପକବାରାଙ୍କ ଚିକିତ୍ସା ଚାଲୁଥିବା ବେଳେ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଗୁମ୍ଫା ମଧ୍ୟରୁ ଫୁଟବଲ ଖେଳାଳିଙ୍କୁ ବାହାର କରିବା ସମୟରେ ହିଁ ତାଙ୍କ ରକ୍ତ ସଂକ୍ରମିତ ହୋଇଥିଲା। ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିଲା। ଥାଇଲାଣ୍ଡ ନୌସେନା ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିଲା। ସୂଚନାଯୋଗ୍ୟ, ଗତବର୍ଷ ଥାଇଲାଣ୍ଡର ଏକ ଗୁମ୍ଫାରେ ୧୨ ଫୁଟବଲ ଖେଳାଳି ଓ ତାଙ୍କ କୋଚ୍ଙ୍କୁ ଉଦ୍ଧାର କରିବାରେ ଉକ୍ତ ନୌସେନା ଅଧିକାରୀଙ୍କର ପ୍ରମୁଖ ଭୂମିକା ଥିଲା।
Posted inଅନ୍ତର୍ଜାତୀୟ