ଜୀବନ ହେଲାଣି ଦୁର୍ବିଷହ, ସଟ୍‌ଡାଉନ୍‌ ହଟାଅ

ବଲାଙ୍ଗୀର ଅଫିସ/ଗୁଡଭେଲା, ୧୪ା୫ (ଡି.ଏନ୍‌.ଏ.)-ଗତ ମେ ୧ ତାରିଖ ଦିନ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ଦୁଇଜଣ ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା ା ସେହିଦିନରୁ ଲିଖିରିଆ ଗଁା ସହିତ ସଂଲଗ୍ନ ତୁଷରା ସହରାଞ୍ଚଳ, ଗୁଡଭେଲା ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଘୋଷଣା କରି ଏହି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ସଟ୍‌ଡାଉନ୍‌କୁ ୧୪ ଦିନ ବିତିଗଲାଣି ା ଏଥିଯୋଗୁଁ ଏହି ଅଞ୍ଚଳବାସୀ ବିଶେଷକରି ତୁଷରା ସହରାଞ୍ଚଳବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ା ଏଠାକାର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବନ ଜୀବିକା ଏକପ୍ରକାର ବ୍ୟାହତ ହୋଇଯାଇଛି ା ଲୋକେ ଅତ୍ୟନ୍ତ ଦୁର୍ବିଷହ ଜୀବନ ବିତାଉଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ତୁଷରା ନାଗରିକ କମିଟି, ବ୍ୟବସାୟୀ ସଂଘ, ୟୁଥ୍‌ ଆକ୍ସନ କମିଟି, ମାରୱାଡି ୟୁବା ମଞ୍ଚ, ତୁଷରା ସାମ୍ବାଦିକ ସଂଘର ସଦସ୍ୟ ଓ ଅନ୍ୟମାନେ ମିଳିତ ଭାବେ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ତୁରନ୍ତ ସଟ୍‌ଡାଉନ୍‌ ହଟାଇବାକୁ ନିବେଦନ କରିଥିଲେ ା ତହସିଲଦାର ଚନ୍ଦ୍ରମଣି ନାଗ ଦାବିପତ୍ର ଗ୍ରହଣ କରି ଏନେଇ ଉପଜିଲାପାଳଙ୍କ ସହ ଆଲୋଚନା ପରେ ଯାଇ କିଛି କହି ପାରିବେ ବୋଲି ଜଣାଇଛନ୍ତି ା ଏହି ଆଲୋଚନା ବେଳେ ତୁଷରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ, ମେଡିକାଲ ଅଫିସର ଡା ଲଲାଟେନ୍ଦୁ ନାଏକ ଉପସ୍ଥିତ ଥିଲେ ା ତୁଷରାର ରୁନୁ ଗୋପାଳ ସାହୁ, ବିଜୟ ବାଗ, ଓମ୍‌ପ୍ରକାଶ ଶର୍ମା, ଶ୍ରୀକାନ୍ତ ବାଗ, ସଞ୍ଜୀବ ପ୍ରଧାନ, ବୀରେନ୍ଦ୍ର ଜୈନ୍‌, ସଞ୍ଜୟ ଗୁପ୍ତା, ଦେବାଶିଷ ମହାପାତ୍ର ଓ ଅନ୍ୟମାନେ ଆଲୋଚନା କରି ଦାବିପତ୍ର ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଜଳିଗଲା ଚଳନ୍ତା ଗାଡ଼ି

ଲୋଇସିଂହା ୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତା କନ୍ଦାଜୁରୀ ସାପ୍ତାହିକ ବଜାର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ଚଳନ୍ତା ଗାଡ଼ିରେ...

ଜିରୋ ନାଇଟ ସେଲିବ୍ରେଶନ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

ବଲାଙ୍ଗୀର, ୧।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀନଗରପଡାରେ ଜିରୋ ନାଇଟ ସେଲିବ୍ରେଶନ ସମୟରେ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...

ଲକ୍ଷ୍ମୀଜୋର୍‌ ପୋଲ ଉପରୁ ଯୁବକଙ୍କ ମୃତଦେହ ଜବତ: ମିଳିଲା ଲୁହା ପାଇପ୍‌, ହତ୍ୟା ସନ୍ଦେହ

ବଲାଙ୍ଗୀର,୩୧।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡା ନିକଟ ଲକ୍ଷ୍ମୀଯୋର ପୋଲ ଉପରୁ ବଲାଙ୍ଗୀର ଟାଉନ ପୋଲିସ ରବିବାର ବିଳମ୍ବିତ ରାତିରେ...

ଗାଁରେ ପଶିଲେ ୧୩ଟିକିଆ ହାତୀପଲ

କଣ୍ଟାବାଞ୍ଜି, ୩୧।୧୨: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ବାରବନ୍ଧ ଗାଁରେ ଏକ ୧୩ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ହାତୀପଲ...

ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ: କଂସ ରାଜୁତିରେ ଦୁଲୁକିବ ନଗର

ପାଟଣାଗଡ଼ ୩୧।୧୨ (ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ଗଙ୍ଗାଧର ପାର୍କ ଠାରେ ସୋମବାର ରାତିରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି...

ଜାନୁଆରୀ ୭ରେ ହେବ ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର,୩୦।୧୨(ସୁନିଲ କୁମାର ମହାନ୍ତି): ଜାନୁୟାରୀ ୭ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକସ୍ଥିତ ଖଇରଗୁଡା ଗାଁ ପ୍ରସିଦ୍ଧ ବଡଖଳା...

ଯୁବକଙ୍କୁ ମାରି ବ୍ରିଜ୍‌ ଉପରେ ଫିଙ୍ଗିଦେଲେ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର,୩୦ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡ଼ା ଲକ୍ଷ୍ମୀ ଜୋର ବ୍ରିଜ୍‌ ଉପରୁ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା...

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଜଳିପୋଡ଼ି ସବୁ ଛାରକାର

ବଲାଙ୍ଗୀର,୨୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଜଣେ ଚାଷୀଙ୍କ ଧାନଗଦା ଜଳିପୋଡି ଛାରଖାର୍‌ ହୋଇଯାଇଛି। ବୁଧବାର ରାତିରେ କେହି ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri