ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା: ଢେଙ୍କାନାଳକୁ ୧୧ ପଦକ

ଢେଙ୍କାନାଳ ଅଫିସ, ୨୫।୯-ତେଲେଙ୍ଗାନାର କରିମ୍‌ନଗରସ୍ଥିତ ଆମ୍ବେଡକର ସ୍ପୋଟର୍‌ସ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ୱାକୋ ଇଣ୍ଡିଆ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଢେଙ୍କାନାଳର କ୍ରୀଡ଼ାବିତ୍‌ମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପ୍ରତିଯୋଗିତାରେ ଭାଗନେଇଥିବା ଖେଳାଳିମାନେ ୫ ସ୍ବର୍ଣ୍ଣ, ୨ରୌପ୍ୟ, ୪ ବ୍ରୋଞ୍ଜ୍‌ ସହ ମୋଟ ୧୧ ପଦକ ହାସଲ କରିଛନ୍ତି।
ସେପ୍ଟେମ୍ବର ୧୭ରୁ ୨୦ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳରେ ଜିଲାର ୬ଜଣ ଖେଳାଳି ପ୍ରତିନିଧିତ୍ୱ କରିଥିଲେ। ସେମାନଙ୍କ ମଧ୍ୟରେ ଲକି ବିଶ୍ୱାଳ, ବାବି ପ୍ରତିହାରୀ, ଲିପ୍‌ସା ସିଂ, ସୁଦାମ ମହନ୍ତ, ଦୁଲାରାମ ହାଂସଦା, ରୂପେନ୍ଦ୍ର ମାରାଣ୍ଡି ଥିଲେ। ସମ୍ପୃକ୍ତ ଖେଳାଳିମାନେ ଡାଇମଣ୍ଡ କିକ୍‌ ବକ୍ସିଂ ଆସୋସିଏଶନ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରତିଯୋଗିତାରେ ଭାଗନେଇ ଫେରିବା ପରେ ସେମାନଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ

ପୁରୁଷୋତ୍ତମପୁର,୨୨।୧୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଭଲ ଧାନଫସଲ ହୋଇଥିବା ବେଳେ ଦୁଇଦିନଧରି ଚାଲିଥିବା ଲଗାଣ ବର୍ଷାରେ ଧାନ ଫସଲ ମାନ ଭଜୁଡିଯାଇଛି। ଫଳରେ...

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସମ୍ବଲପୁର,୨୨।୧୨(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ସୁବିସ୍ତୀର୍ଣ୍ଣ ଆର୍ଦ୍ରଭୂମିର ଅନୁକୂଳ ପରିବେଶ ପ୍ରତି ଆକର୍ଷିତ ହୋଇ ସୁଦୂର ୟୁରୋପ, ଆମେରିକା...

ଆହାର ଉପରେ ପାହାର ଦେଲା ଅଦିନିଆ ବର୍ଷା, କ୍ଷେତରେ ଜଳମଗ୍ନ ହୋଇ ପଡ଼ିଥିବା ପାଚିଲା ଧାନର ସମୀକ୍ଷା କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨୨।୧୨(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ...

ମାରାଥନବେଳେ ଫୁଟିଲା ଗୁଳି, ଯୁବକ ଗୁରୁତର

ରାଉରକେଲା,୨୨ା୧୨: ରବିବାର ମାରାଥନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳି ଫୁଟିଛି। ଫଳରେ ଏହି ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ସଲିଳ...

ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ତେବେ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବା...

ଲଘୁଚାପ ବର୍ଷା ଉଜାଡ଼ିଦେଲା ବର୍ଷକର ଆହାର

ମହାକାଳପଡ଼ା,୨୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ବର୍ଷା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପାଚିଲା ଧାନ ଫସଲ ଉଜାଡ଼ି ଦେଇଛି। ଏଥିଯୋଗୁ ଉନ୍ନତ କିସମ ଧାନ...

ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ...

ବାର୍‌ହା ଉପଦ୍ରବ: ୨୦ ଏକର କଦଳୀ ଚାଷ କ୍ଷତିଗ୍ରସ୍ତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ବୋରିଆ ଗ୍ରାମର ଭିମା ପାଣି ପଞ୍ଚାୟତ ଅଧୀନରେ ଚାଷୀମାନେ କରିଥିବା କଦଳୀ ଚାଷ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri