Posted inଖେଳ

ଜୁନ୍‌ ୧୭ରୁ ପୁଣି ଆରମ୍ଭ ହେବ ପ୍ରିମିୟର ଲିଗ୍‌

ଲଣ୍ଡନ, ୨୯।୫(ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ପ୍ରତିଯୋଗିତା ପ୍ରିମିୟର ଲିଗ୍‌ ଜୁନ୍‌ ୧୭ ତାରିଖରୁ ପୁଣି ଆରମ୍ଭ ହେବ। ଇଂଲିଶ୍‌ ପ୍ରିମିୟର ଲିଗ୍‌ (ଇପିଏଲ୍‌) ଭାବେ ଜଣାଶୁଣା ଥିବା ଏହି ଫୁଟବଲ ପ୍ରତିଯୋଗିତା କରୋନା ଭାଇରସ୍‌ ମହାମାରୀ କାରଣରୁ ସ୍ଥଗିତ ଥିଲା। ସବୁ ୨୦ଟି କ୍ଲବ୍‌ ସର୍ବସମ୍ମତି କ୍ରମେ ଲିଗ୍‌ ପୁଣି ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଏଥିପାଇଁ ଟ୍ରେନିଂକୁ ଫେରିବାକୁ ମଧ୍ୟ ରାଜି ହୋଇଛନ୍ତି। ଲିଗ୍‌ରେ ବାକିଥିବା ୯୨ ମ୍ୟାଚ୍‌ର ସିଧା ପ୍ରସାରଣ ୟୁନାଇଟେଡ କିଙ୍ଗଡମ୍‌ରେ କରାଯିବ। ପ୍ରିମିୟର ଲିଗ୍‌କୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା ବିଭିନ୍ନ ପାରିପାର୍ଶ୍ୱକ ପରିସ୍ଥିତି ଉପରେ ନିର୍ଭର କରେ। ସ୍ବାସ୍ଥ୍ୟ ଓ ନିରାପତ୍ତା ନେଇ ସବୁ କିଛି ଠିକ୍‌ଠାକ ନ ହେଲା ପର୍ଯ୍ୟନ୍ତ କିଛି କହିହେବ ନାହିଁ ବୋଲି ପ୍ରିମିୟର ଲିଗ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ମାଷ୍ଟର୍ସ କହିଛନ୍ତି।
ପ୍ରଥମ ଦୁଇଟି ମ୍ୟାଚ୍‌ରେ ଆଷ୍ଟନ ଭିଲା ଓ ସେଫିଲ୍ଡ ୟୁନାଇଟେଡ, ମାଞ୍ଚେଷ୍ଟର ସିଟି ଓ ଆର୍ସେନାଲ ପରସ୍ପରକୁ ଭେଟିବେ। ଜୁନ ୧୯ରୁ ୨୧ ତାରିଖ ମଧ୍ୟରେ ଏକ ପୂର୍ଣ୍ଣ କାର୍ଯ୍ୟସୂଚୀ ଅନୁଯାୟୀ ମ୍ୟାଚ ଆୟୋଜନ ହେବ। ପ୍ରିମିୟର ଲିଗ୍‌ରେ ୨, ୭୫୨ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିବା ବେଳେ ୧୨ଜଣ ପଜିଟିଭ୍‌ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳର ସମସ୍ତ ୧୧ ଖେଳାଳି କଲେ ବୋଲିଂ, ଉଇକେଟକିପରଙ୍କୁ ବି ମିଳିଲା ଉଇକେଟ; ନିଆରା ବିଶ୍ୱ ରେକର୍ଡ କଲା…

ନୂଆଦିଲ୍ଲୀ,୨୯।୧୧: ଟି୨୦ କ୍ରିକେଟ ବେଶ ରୋମାଞ୍ଚକର। କାରଣ ଏଥିରେ ବ୍ୟାଟିଂ, ବୋଲିଂ ସହ ଫିଲ୍ଡିରେ ଏକାଧିକ ରେକର୍ଡ ହୁଏ। ହେଲେ ଏବେ ସୈୟଦ ମୁସ୍ତାକ ଅଲି...

IPL 2025: ବିଶ୍ୱ ବିଜେତା ଭାରତୀୟ ଖେଳାଳିଙ୍କ ଦରମା କେତେ ଜାଣନ୍ତୁ: ରୋହିତଙ୍କଠାରୁ ଅଧିକ ଦରମା ପାଇବେ ଶେୟସ ଆୟାର

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୫ ପାଇଁ ନିଲାମ ହୋଇଛି। ଏଥର ନିଲାମ ଅନେକ ରେକର୍ଡ ଭାଙ୍ଗିଲା। ରିଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ଥିଲେ। ଏଥିସହିତ ଶ୍ରେୟସ...

IPL 2025: ଏହି ଖେଳାଳିଙ୍କ ବଡ଼ ପ୍ରଶଂସକ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କହିଲେ…

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ହେଉଛି ଦେଶ ଏବଂ ବିଶ୍ୱରେ ସର୍ବାଧିକ ଦେଖାଯାଉଥିବା କ୍ରିକେଟ ଲିଗ। ଭାରତ କଥା ଛାଡନ୍ତୁ, ସମଗ୍ର...

PSL ରେ ଅଂଶ ଗ୍ରହଣ କରିବାକୁ ଖେଳାଳିଙ୍କୁ ବାରଣ କଲା ଇଂଲଣ୍ଡ, IPL ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୯।୧୧: ଚାମ୍ପିୟନ୍ସ ଟ୍ରଫି ବିବାଦ ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କୁ ଆଉ ଏକ ଝଟକା ଦେଇଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ...

ଏହି ହେବେ ଆରସିବିର ଆଗାମୀ ଅଧିନାୟକ, ପୂର୍ବତନ ଖେଳାଳି କଲେ କନଫର୍ମ

ନୂଆଦିଲ୍ଲୀ,୨୯।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ର ମେଗା ନିଲାମରେ ବହୁ ଅର୍ଥ ଖର୍ଚ୍ଚ କରିଥିଲା । କିନ୍ତୁ ଦଳ ଫାଫ ଡୁ ପ୍ଲେସିସ ଏବଂ...

ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଏମିତି କଥା କହିଦେଲେ ରୋହିତ ଶର୍ମା: ସମସ୍ତେ କରୁଛନ୍ତି ବାଃ ବାଃ

କାନବେରା,୨୯ା୧୧: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ଙ୍କୁ ଭେଟିଛି ଭାରତୀୟ କ୍ରିକେଟ ଦଳ। ନଭେମ୍ବର ୩୦ ତାରିଖରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏକାଦଶ...

ହଠାତ୍‌ ପଡ଼ିଆରେ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଛି। ୩୫ ବର୍ଷୀୟ ପେସାଦାର କ୍ରିକେଟର ଇମ୍ରାନ ପଟେଲଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପଟେଲ ଏକ ଲିଗ...

୨୦୨୪ରେ ପ୍ରଥମଥର ଘଟିଲା ଏମିତି: ରୁଟ୍‌ଙ୍କୁ ପାଣି ପିଆଇଦେଲେ ଡେବ୍ୟୁଟାଣ୍ଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୯।୧୧: ଇଂଲଣ୍ଡ କ୍ରିକେଟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ନଭେମ୍ବର ୨୮ରୁ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri