ପୁରୀ ଅଫିସ୍, ୧୫ା୬: ପୁରୀ ଜିଲାର ସବୁ ଅଞ୍ଚଳକୁ ଜୁନ୍ ୩୦ ତାରିଖ ସୁଦ୍ଧା ବିଜୁଳି ପହଞ୍ଚାଯିବ। ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ସହର ଓ ନିକଟବର୍ତ୍ତୀ ଅଞ୍ଚଳ ତଥା ଯାତ୍ରୀ ଆଶ୍ରୟସ୍ଥଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ କହିଛନ୍ତି ।