ଭୁବନେଶ୍ୱର, ୮।୮(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିଂ ପକ୍ଷରୁ ସୋମବାର ଜେଇଇ(ମେନ୍) ପେପର-୧ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୨୪ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାର ଦିବ୍ୟାଂଶୁ ମଲ୍ଲୁ ରାଜ୍ୟ ଟପ୍ପର ହୋଇଛନ୍ତି। ସେ ୯୯.୯୮୯ ପର୍ସେଣ୍ଟାଇଲ ରଖିଛନ୍ତି। କିଟ୍ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର ଦିବ୍ୟାଂଶୁ ସ୍କୁଲରେ ପାଠ ପଢ଼ିବା ସହିତ ଜେଇଇ ପ୍ରସ୍ତୁତ ପାଇଁ ଆଲେନ୍ କ୍ୟାରିୟରରେ କୋଚିଂ ନେଉଥିଲେ। ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି। ସୂଚନାଯୋଗ୍ୟ, ଜେଇଇ ମେନ୍ ପେପର-୧ ଦୁଇଟି ସେସନରେ ହୋଇଥିଲା। ପ୍ରଥମ ସେସନ ରେଜଲ୍ଟ ଗତମାସ ୭ ତାରିଖରେ ପ୍ରକାଶ ପାଇଥିଲା। ଯେଉଁଥିରେ ଦିବ୍ୟାଂଶୁ ରାଜ୍ୟ ଟପ୍ପର ହୋଇଥିଲେ। ଦ୍ୱିତୀୟ ସେସନ ରେଜଲ୍ଟ
ସହିତ ଫାଇନାଲ ରେଜଲ୍ଟ ସୋମବାର ପ୍ରକାଶ ପାଇଛି।