Posted inଜାତୀୟ

ଜେଏନ୍‌ୟୁରେ ଥମୁନି ବିବାଦ: ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, ୨୦ା୧୧(ପି.ଟି.): ବିକ୍ଷୋଭରତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ଛାତ୍ରୀଛାତ୍ରଙ୍କ ବିରୋଧରେ ମଙ୍ଗଳବାର ପୋଲିସ ମାମଲା ରୁଜୁକରିଛି। ହଷ୍ଟେଲ ଫି ବୃଦ୍ଧିକୁ ନେଇ ଏମାନେ ପ୍ରତିବାଦ ସ୍ବରୂପ ବିକ୍ଷୋଭ କରୁଥିବାବେଳେ ସୋମବାର ଏମାନଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା। ଏବେ ଆଇପିସିର ଧାରା ୧୮୬, ୩୫୩, ୩୩୨, ୧୮୮, ୧୪୭, ୧୪୯ ଆଦି ଲଗାଯାଇ ପୋଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରିଛି। କିଷନଗଡ଼ ପୋଲିସ ଷ୍ଟେଶନ ଓ ଲୋଧି କଲୋନୀ ପୋଲିସ ଷ୍ଟେଶନରେ ଏହି ମାମଲା ରୁଜୁ କରାଯାଇଥିବା ଡିସିପି(ସାଉଥ୍‌) ଅତୁଲ୍‌ କୁମାର ଠାକୁର ପ୍ରକାଶ କରିଛନ୍ତି। ସରକାରୀ ସମ୍ପତ୍ତି ନଷ୍ଟକରିବା, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିକରିବା, ଦଙ୍ଗା ଓ ବିଶୃଙ୍ଖଳା କରି ଏକାଠି ହେବା ଭଳି ଅନେକ ସଙ୍ଗିନ ଅଭିଯୋଗ ଛାତ୍ରୀଛାତ୍ରଙ୍କ ବିରୋଧରେ ଲଗାଯାଇଛି। ସୋମବାର ଶତାଧିକ ଛାତ୍ରୀଛାତ୍ର ଦିଲ୍ଲୀରେ ବିକ୍ଷୋଭକରିବା ସହ ଫି ବୃଦ୍ଧିକୁ ବିରୋଧ କରି ମାର୍ଚ୍ଚ କରିଥିଲେ। ପୋଲିସ ଅଟକାଇବାରୁ ସଂଘର୍ଷ ହୋଇଥିଲା। ଛାତ୍ରୀଛାତ୍ରଙ୍କୁ ଦମନ କରିବା ଲାଗି ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀମାନେ ଏହାକୁ ଅସ୍ବୀକାର କରିଥିଲେ। ସଂଘର୍ଷରେ ୩୦ ପୋଲିସ ଓ ୧୫ ଛାତ୍ରୀଛାତ୍ର ଆହତ ମଧ୍ୟ ହୋଇଥିଲେ। ୮ ଘଣ୍ଟା ଧରି ଅଞ୍ଚଳ ରଣକ୍ଷେତ୍ର ପାଲଟିଥିଲା। ଏଥିରେ ଦିଲ୍ଲୀର ଅନ୍ୟ ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ରୀଛାତ୍ର ମଧ୍ୟ ସାମିଲ ଥିଲେ। ବ୍ୟାରିକେଡ୍‌ ଭାଙ୍ଗି ଛାତ୍ରୀଛାତ୍ରମାନେ ଆଗକୁ ମାଡ଼ିବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଜେଏନୟୁ ଛାତ୍ର ସଂଘ ସଭାପତି ଏ.ଘୋଷ୍‌, ସମ୍ପାଦକ ସତୀଶ୍‌ ଚନ୍ଦ୍ର ଯାଦବଙ୍କ ସମେତ ଶତାଧିକ ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକ ରଖିଥିଲା।
ପୋଲିସ ଦମନଲୀଳାକୁ ନେଇ ଗୃହରେ ତାତି

ଫି’ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରୁଥିବା ଜେଏନ୍‌ୟୁ ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନର ତାତି ମଙ୍ଗଳବାର ପାର୍ଲାମେଣ୍ଟରେ ଦେଖିବାକୁ ମିଳିଛି। କେନ୍ଦ୍ରକୁ ଏନେଇ ବିରୋଧୀ ସମାଲୋଚନା କରିଛନ୍ତି। ଏଏପି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ନିରୀହ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସହରୀ ମାଓବାଦୀ କାର୍ଯ୍ୟକଳାପ ସହ ସମାନ ବୋଲି ମତ ଦେଇଛନ୍ତି। ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ପୋଲିସର ଦମନଲୀଳାକୁ ଲଜ୍ଜାଜନକ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି। ବିରୋଧୀ ସଦସ୍ୟମାନେ ଏଥିରେ ସ୍ବରମିଳାଇ ରାଜ୍ୟ ସଭାରେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।
‘ଆଇନଗତ ପଦକ୍ଷେପ ନିଆ ନ ଯାଉ’

ବିକ୍ଷୋଭରତ ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି ପ୍ରଶାସନିକ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ ବୋଲି ଜେଏନ୍‌ୟୁ ଛାତ୍ରସଂଘ ପକ୍ଷରୁ ଦାବି କରାଯାଇଛି। ଛାତ୍ରସଂଘ ସଭାପତି ଏ. ଘୋଷ୍‌ କହିଛନ୍ତି, ମାନବସମ୍ବଳ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସହ ଆଲୋଚନା କରାଯାଇ ଛାତ୍ରୀଛାତ୍ରଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନିଆ ନ ଯିବା ଲାଗି ଅନୁରୋଧ କରାଯାଇଛି। ଇ-ମେଲ୍‌ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ନୋଟିସ ପଠାଯାଇଥିଲେ ହେଁ କେହି ଟଙ୍କାଟିଏ ବି ଜରିମାନା ଦେବେନାହିଁ। ମଧ୍ୟସ୍ଥତା ଲାଗି ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ପ୍ୟାନେଲ ସହ ଆଲୋଚନା କରିବାକୁ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ମନା କରିଦେବା ଉଚିତ ନ ଥିଲା। ଏହା ଦ୍ୱାରା ଛାତ୍ର ଅଶାନ୍ତି ବୃଦ୍ଧି ପାଇବ। ଛାତ୍ରୀଛାତ୍ରଙ୍କ ଦାବି ପୂରଣ ନ ହେବା ଓ ଫି ବୃଦ୍ଧି ପ୍ରତ୍ୟାହାର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଛାତ୍ରସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri