ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି। ଅନ୍ୟପକ୍ଷରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ଆର୍ଥିକ ସହାୟତା ପ୍ରଦାନ କରି ଏହାକୁ ଛିଡା କରିବା ଲାଗି ମଧ୍ୟ କମ୍ପାନୀ ବିଚାର କରୁଛି। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶିତ ତଥ୍ୟକୁ ଭିତ୍ତି କରି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଯଦିଓ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ରିଲାଏନ୍ସ ଭାଗ ନେଇ ନାହିଁ, ତଥାପି ଏହା ଏଟିହାଦ ଏୟାରଓ୍ବେଜ ସହ ମିଶି ଜେଟ୍‌ର ଅଂଶଧନ କିଣିବାକୁ ଚାହୁଁଛି। ୟୁଏଇର ଏୟାରଲାଇନ୍ସ କମ୍ପାନୀ ଇତିମଧ୍ୟରେ ଜେଟ୍‌ର ନିଲାମୀ ପ୍ରକ୍ରିୟାରେ ଭାଗ ନେଇ ଏକ୍ସପ୍ରେଶନ ଅଫ୍‌ ଇଣ୍ଟରେଷ୍ଟ(ଇଓଆଇ) ଦାଖଲ କରିଛି। ପୂର୍ବରୁ ଏହି କମ୍ପାନୀ ଜେଟ୍‌ର ୨୪% ଅଂଶଧନ ମାଲିକ ହୋଇଥିବା ବେଳେ ଏଫଡିଆଇ ନିୟମ ଅନୁଯାୟୀ ଏହା ଅଟୋମେଟିକ ରୁଟ୍‌ ଜରିଆରେ ୪୯% ପର୍ଯ୍ୟନ୍ତ ଅଂଶଧନ ନେଇପାରିବ। ଏହି ନିୟମ ଅନୁଯାୟୀ, ଜଣେ ଏନ୍‌ଆର୍‌ଆଇ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିପାରିବ। ତେବେ ୪୯ ପ୍ରତିଶତ ପରେ ଅଧିକ ଅଂଶଧନ କିଣିବାକୁ ହେଲେ ଏଟିହାଦକୁ କେନ୍ଦ୍ର ସରକାରଙ୍କଠାରୁ ପ୍ରାକ୍‌ ଅନୁମତି ନେବାକୁ ହେବ। ତେବେ ଏସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କୌଣସି ପ୍ରତିକ୍ରିୟା ଦେଇନାହିଁ। କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଏୟାରଲାଇନ୍ସ ସେକ୍ଟରରେ ପାଦ ଥାପିବା ନେଇ କମ୍ପାନୀ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛି। ସେବି ନିକଟରେ ଏ ସଂକ୍ରାନ୍ତରେ କମ୍ପାନୀ ପୂର୍ବରୁ ଜଣାଇବ। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜେଟ୍‌କୁ ପାଣ୍ଠି ଯୋଗାଣ ନେଇ ଋଣପ୍ରଦାନକାରୀଙ୍କ ସହ ରିଲାଏନ୍ସର ଆଲୋଚନା ଜାରି ରହିଛି। ଏହି କାରଣରୁ ସମାଧାନରେ ବିଳମ୍ବ ହେଉଥିବାରୁ କମ୍ପାନୀ ମ୍ୟାନେଜମେଣ୍ଟ ଅଦିନରେ ଜେଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ପ୍ରତି ରିଲାଏନ୍ସର ପ୍ରୀତି ନେଇ ପ୍ରଶ୍ନ ହେବାରୁ ଅନ୍ୟ ଏକ ସୂତ୍ର କହିଛନ୍ତି ଯେ, ଏହାକୁ ନେଇ କମ୍ପାନୀ ବୋର୍ଡରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଉପରେ କମ୍ପାନୀ ଧ୍ୟାନ ଦେବ। ଆଗ୍ରହୀ କମ୍ପାନୀମାନେ ନିଷ୍ପତ୍ତି ନେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇଥିବାରୁ ରିଲାଏନ୍ସ ସହ ଆଲୋଚନା ଧୀରଗତିରେ ଚାଲିଥିବା ସେ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଗତବର୍ଷ ମାର୍ଚ୍ଚରେ ଏକ ଇନଫରମେଶନ ମେମୋରେଣ୍ଡନ ଜାରି କରିଥିଲେ। ତେବେ ବିଡ଼୍‌ ପାଇଁ କେହି ଆଗ୍ରହ ନ ଦେଖାଇବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରିଗୋଷ୍ଠୀ ଏୟାର ଇଣ୍ଡିଆରୁ ୭୬ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିଯାଇଥିଲେ। ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଉପରେ ୪୮,୭୮୧ କୋଟି ଟଙ୍କାର ଋଣ ଥିବା ବେଳେ ଏହା ହ୍ରାସ ପାଇଁ ସହଯୋଗୀ କମ୍ପାନୀ ଓ ସମ୍ପତ୍ତିକୁ ବିକ୍ରି ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଜେଟ୍‌ ଏୟାରଓ୍ବେଜ ଉପରେ ୮୪୧୪ କୋଟି ଟଙ୍କାର ଋଣ ରହିଛି।

ଟୁଇଟର ଜରିଆରେ ମିଳୁଛି ନିଯୁକ୍ତି ପ୍ରସ୍ତାବ
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ କର୍ମଚାରୀଙ୍କୁ ଏବେ ସୋସିଆଲ ମିଡିଆ ସାଇଟ ଟୁଇଟର ସାହାରା ହୋଇଛି। ଏହାରି ମାଧ୍ୟମରେ ଛୋଟ ବଡ଼ କମ୍ପାନୀମାନେ ଏବେ ଜେଟ୍‌ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବମାନ ପଠାଉଥିବା ଜଣାପଡିଛି। ଇତିମଧ୍ୟରେ ସ୍ପାଇଶଜେଟ୍‌ ସିଏମ୍‌ଡି ଅଜୟ ସିଂହ ୧୦୦ ପାଇଲଟ, ୨୦୦ରୁ ଅଧିକ କ୍ୟାବିନ କ୍ରୁ ଏବଂ ୨୦୦ରୁ ଅଧିକ ଟେକ୍ନିକାଲ -ଏୟାରପୋର୍ଟ ଷ୍ଟାଫ୍‌ଙ୍କୁ ଚାକିରି ଦେଇଛନ୍ତି।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କର୍ମଚାରୀ

ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଆର୍ଥିକ ସଙ୍କଟର ସାମ୍ନା କରୁଥିବା କମ୍ପାନୀର କର୍ମଚାରୀମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ବକେୟା ଦରମା ଏବଂ ଜରୁରୀ ପାଣ୍ଠି ପ୍ରଦାନ କରିବାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସହାୟତା କରନ୍ତୁ ବୋଲି ସେମାନେ ପତ୍ରରେ ଦର୍ଶାଇଛନ୍ତି। କମ୍ପାନୀ ବନ୍ଦ ହୋଇଯିବା ପରେ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବା ବେଳେ ୩ ମାସ ହେବ ଦରମା ନ ପାଇ ସେମାନେ ଏବେ ପରିବାର ସହ ଡହଳବିକଳ ହେଉଥିବା ପତ୍ରରେ ଦର୍ଶାଇଛନ୍ତି। ଅନିଶ୍ଚିତ ଭବିଷ୍ୟତ ଭିତରେ ଜେଟ୍‌ର ୨ଟି ୟୁନିୟନ ସୋସାଇଟି ଫର୍‌ ଓ୍ବେଲଫେୟାର ଅଫ୍‌ ଇଣ୍ଡିଆନ ପାଇଲଟ୍ସ ଏବଂ ଜେଟ୍‌ ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟର୍ସ ଓ୍ବେଲଫେୟାର ଆସୋସିଏଶନ ପତ୍ର ଲେଖି ବକେୟା ଦରମା ପ୍ରଦାନ କରିବାରେ ସହାୟତା କରନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

Atal Pension Yojana: ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୫ହଜାର ଟଙ୍କା, ୧୮ବର୍ଷ ବୟସରେ ବି କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୧।୪: କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଅଟଳ ପେନସନ ଯୋଜନା (APY) କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ...

ତାମିଲନାଡୁ BJPର ନୂଆ ଅଧ୍ୟକ୍ଷ ନୈନାର ନାଗେନ୍ଦ୍ରନ୍‌ କିଏ? ଜୟଲଳିତାଙ୍କ ଥିଲେ ଖାସ୍‌, ୨୦୨୬ରେ ଷ୍ଟାଲିନ୍‌ଙ୍କୁ…

ଚେନ୍ନାଇ,୧୧।୪: ଭାଜପାର ତାମିଲନାଡୁ ୟୁନିଟର ସଭାପତି ଭାବରେ ନୈନାର ନାଗେନ୍ଦ୍ରନ ନିର୍ବାଚିତ ହୋଇଛନ୍ତି। ସେ ତାମିଲନାଡୁ ଭାଜପା ୟୁନିଟର ୧୩ତମ ସଭାପତି ହୋଇଛନ୍ତି। ତାମିଲନାଡୁ ବିଧାନସଭାରେ...

ସରକାର ବଦଳାଇଲେ ନିୟମ, ଆଉ ହେବନି UPI ଟ୍ରାଞ୍ଜାକ୍ସନ!

ନୂଆଦିଲ୍ଲୀ,୧୧।୪: ଯଦି ଆପଣ UPI ମାଧ୍ୟମରେ ପେମେଣ୍ଟ କିମ୍ବା କାରବାର କରୁଛନ୍ତି କିମ୍ବା ବିଦେଶ ଭ୍ରମଣ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ...

ଦିନକରେ ଦର ଆକାଶଛୁଆଁ, ପ୍ରାୟ ୧ ଲକ୍ଷରେ ପହଞ୍ଚିଲା ସୁନା!

ନୂଆଦିଲ୍ଲୀ,୧୧।୪: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ଆକାଶଛୁଆଁ ହୋଇଛି। ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଯୋଗୁ ସୁନା ମୂଲ୍ୟ ବୃଦ୍ଧି...

ଏହିଦିନ ଳାଗୁ ହେବ ୮ମ ବେତନ କମିଶନ! ଏହି କର୍ମଚାରୀଙ୍କ ୩ଗୁଣା ବଢିବ ଦରମା

ନୂଆଦିଲ୍ଲୀ,୧୧।୪:ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କେତେ ବୃଦ୍ଧି ପାଇବ ସେ ନେଇ ଅନେକ ଆଲୋଚନା ହେଉଛି। ଅନେକ...

ବଡ଼ ଖବର: ତାମିଲନାଡୁରେ BJP-AIADMK ମେଣ୍ଟ ଘୋଷଣା, ଶାହା କହିଲେ- ମଜବୁତ ହେବ ଏନ୍‌ଡିଏ

ଚେନ୍ନାଇ,୧୧।୪: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ଜନତା ପାର୍ଟି (ଭାଜପା)ର ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କୁ ପଦରୁ ହଟାଯିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image