ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ ପରେ ଏବେ ଉକ୍ତ ରାଷ୍ଟ୍ରାୟତ୍ତ କମ୍ପାନୀର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇଛି। କମ୍ପାନୀକୁ ୨୦୧୮-୧୯ ଆର୍ଥିକ ବର୍ଷରେ ୮୯ କୋଟି ଟଙ୍କାର କ୍ଷତି ହୋଇଥିଲା। ଋଣ କଥା ନ କହିଲେ ଭଲ। ଏହି କାରଣରୁ କମ୍ପାନୀ ଏପ୍ରିଲ ଦରମା ଦେବାକୁ ଅକ୍ଷମ। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଏକ ସର୍କୁଲାର ଜାରି କରାଯାଇଛି।

କମ୍ପାନୀର ଏହି ନିଷ୍ପତ୍ତି କର୍ମଚାରୀ ଏବଂ ସେମାନଙ୍କର ପରିବାର ଉପରେ ପ୍ରଭାବ ପକାଇବାକୁ ଯାଉଛି। ପିଲାଙ୍କ ସ୍କୁଲ ଫିସ୍‌, କୋଚିଂ କ୍ଲାସ୍‌ ପାଉଣା, ଇଏମ୍‌ଆଇ ଆଦି ଭରଣା ପାଇଁ ଅର୍ଥ କେଉଁଠୁ ଆସିବ ସେ ନେଇ ସେମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। କେନ୍ଦ୍ର ସରକାର ଗତବର୍ଷ ପଓ୍ବନହଂସକୁ ବିକ୍ରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କମ୍ପାନୀ ଉପରେ ଏବେ ୨୩୦ କୋଟି ଟଙ୍କା ବ୍ୟତୀତ ଆହୁରି ବହୁ କୋଟି ଟଙ୍କାର ଋଣ ରହିଛି। ଆଗାମୀ ଦିନରେ ଏଥିଯୋଗୁ କମ୍ପାନୀର ଆର୍ଥିକ ସ୍ଥିତି ଆହୁରି ବିଗିଡି ଯିବ ବୋଲି କୁହାଯାଉଛି। ଯେକୌଣସି ପ୍ରକାରେ ପାଣ୍ଠି ଯୋଗାଡ କରି କର୍ମଚାରୀଙ୍କୁ ଦରମା ଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବା ଲାଗି ପ୍ରୟାସ ଜାରି ରହିଛି। କମ୍ପାନୀ ବୁଡ଼ି ଯିବାକୁ ବସିଥିଲେ ହେଁ ଏଥିରେ ସେମାନଙ୍କର ଦୋଷ କ’ଣ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି। କମ୍ପାନୀ ମ୍ୟାନେଜମେଣ୍ଟର ଭୁଲ୍‌ ନୀତି କାରଣରୁ ଏହା ବୁଡ଼ିଯିବାକୁ ବସିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏଭଳି ସ୍ଥିତିରେ କର୍ମଚାରୀମାନେ ଅଦାଲତର ଦ୍ୱାରସ୍ଥ ହେବାକୁ ବିଚାର କରୁଛନ୍ତି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ରୋହିଣୀ ହେଲିପୋର୍ଟ(ଦିଲ୍ଲୀ)ରେ ୧୨୫ କୋଟି ଟଙ୍କାର ନିବେଶ ପଓ୍ବନହଂସର ଆର୍ଥିକ ସ୍ଥିତି ଖରାପ ହେବାର ମୂଳ କାରଣ। ହେଲିପୋର୍ଟ ଆରମ୍ଭ ହେବା ପରେ ବେଶ୍‌ କିଛି ଦିନ ଭଲରେ ଚାଲିଥିଲା। ପରେ ଏହାକୁ ବନ୍ଦ କରିଦିଆଗଲା। ଏବେ ଏଥିରୁ ଟଙ୍କାଟିଏ ଆୟ ହେଉନି। ତେବେ ପଓ୍ବନହଂସକୁ ବଞ୍ଚାଇବା ଲାଗି ଯଥାସମ୍ଭବ ପ୍ରୟାସ ଆରମ୍ଭ ହୋଇଛି। କମ୍ପାନୀ ଏବେ ଖର୍ଚ୍ଚକାଟ ପ୍ରକ୍ରିୟା ଆରମ୍ଭ କରିଛି। କର୍ମଚାରୀଙ୍କୁ ଓଭରଟାଇମ ପାଇଁ ଆଉ ଅତିରିକ୍ତ ଅର୍ଥ ଦିଆଯାଉ ନାହିଁ। ଡ୍ୟୁଟି ଟାଇମରେ କାମରେ ହେଳା କରି ବହୁ କର୍ମଚାରୀ ଓଭରଟାଇମ ନେଉଥିବା ଦେଖାଯାଇଛି। ଏଭଳି ସ୍ଥିତିରେ କର୍ମଚାରୀ ଓଭରଟାଇମକୁ ବନ୍ଦ କରିଦେଇଛି।

କେବଳ ଟେକ୍ନିକାଲ ଷ୍ଟାଫ ହିଁ ଓଭରଟାଇମ କରିପାରିବେ। ଦେଶର ବହୁ ସ୍ଥାନରେ ଥିବା ହେଲିପୋର୍ଟରୁ କମ୍ପାନୀ ଗୋଟିଏ ହେଲେ ଟଙ୍କା ଆୟ କରୁନି। ସାଧାରଣ ନିର୍ବାଚନ ସମୟରେ ଘରୋଇ କମ୍ପାନୀଙ୍କ ସମସ୍ତ ହେଲିକପ୍ଟର ବୁକ୍‌ ହୋଇଥିବା ବେଳେ ପଓ୍ବନହଂସର ଅଧିକାଂଶ ହେଲିକପ୍ଟର ଛିଡା ହୋଇରହିଛି। ଏଗୁଡ଼ିକର ଅଧିକାଂଶ ଖରାପ ସ୍ଥିତିରେ ରହିବା ମୁଖ୍ୟ କାରଣ ହୋଇଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କୁ ଦରମା କେବେ ମିଳିବ ତାହା କେହି ଜାଣିନାହାନ୍ତି। ତେବେ ଏଥିପାଇଁ ପ୍ରୟାସ ହେଉଥିବା ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri