ନର୍ଥ ସାଉଣ୍ଡ, ୨୫।୮ (ପି.ଟି.)- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ କ୍ରିକେଟ ପ୍ରଶାସକ ଅରୁଣ ଜେଟ୍ଲୀଙ୍କର ଶନିବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ସମ୍ମାନ ଜଣାଇ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଖେଳାଳିମାନେ କଳା ଆର୍ମ ବ୍ୟାଣ୍ଡ ପରିଧାନ କରି ପଡ଼ିଆକୁ ଓହ୍ଲାଇଥିଲେ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ପୂର୍ବତନ ସଭାପତି ଜେଟ୍ଲୀ ଭାରତୀୟ କ୍ରିକେଟ କ୍ରିକେଟ କଣ୍ଟ୍ରୋଲ ବୋର୍ଡରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ତାଙ୍କ ପରାମର୍ଶ ନିଆଯାଉଥିଲା। ଡିଡିସିଏ ସଭାପତି ଥିବାବେଳେ ବୀରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର ଏବଂ ପରବର୍ତ୍ତୀକାଳରେ ଈଶାନ୍ତ ଶର୍ମା, ବିରାଟ କୋହଲି ଏବଂ ଶିଖର ଧାଓ୍ବନଙ୍କ ଭଳି ଖେଳାଳିି ସୃଷ୍ଟି ହୋଇପାରିଛନ୍ତି।