ଗଞ୍ଜାମ,୨୬ା୫(ଡି.ଏନ.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ କାର୍ତ୍ତିକଢ଼ି ଗ୍ରାମରେ ଜଣେ ଜେଲ ଫେରନ୍ତା ଯୁବକଙ୍କ ଆତଙ୍କରାଜ ନେଇ ଶତାଧିକ ଗ୍ରାମବାସୀ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି। ସରପଞ୍ଚ ଡି. ନିରଞ୍ଜନ ରେଡ୍ଡିଙ୍କ ନେତୃତ୍ୱରେ ହୁମ୍ମା-ପୁରୁଷୋତ୍ତମପୁର ମୁଖ୍ୟରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ସମ୍ପୃକ୍ତ ଯୁବକ ବେଣିଗୌରୀ ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ ମରଣାନ୍ତଙ୍କ ଆକ୍ରମଣ କରି ଫେବୃୟାରୀ ୮ରେ ଜେଲ ଯାଇଥିଲେ। ମେ’ ୮ରେ ଜାମିରେ ଆସିବାପରେ ମଙ୍ଗଳବାର ଗ୍ରାମକୁ ଆସି ଏକ ପାନ ଦୋକାନରେ ବସିଥିବା ଜଣେ ମହିଳାଙ୍କୁ ଗାଳିଗୁଳଜ ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲା। ପରେ ଉପସ୍ଥିତ କେତେକ ଗ୍ରାମବାସୀଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଧମକ ଦେଇଥିବା ସରପଞ୍ଚ ରେଡ୍ଡି ଗଣମାଧ୍ୟମକୁ କହିଛନ୍ତି। ଏ ନେଇ ସରପଞ୍ଚ ରମ୍ଭା ଥାନା ଅଧିକାରୀଙ୍କୁ ଅବଗତ କରିବା ସହ ତୁରନ୍ତ ସମ୍ପୃକ୍ତ ଯୁବକଙ୍କୁ ଗିରଫ ନ କଲେ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଚେତାବନୀ ଦେଇଛନ୍ତି।