Posted inଫୁରସତ

ଜେଲ ଯିବାକୁ ୬୦ ବର୍ଷୀୟଙ୍କ ଧାରଣା

ମାଡ୍ରିଡ୍‌:ଅପରାଧ କଲେ ଅଭିଯୁକ୍ତଙ୍କୁ ଜେଲ ଯିବାକୁ ପଡ଼ିଥାଏ। ଲୋକେ ବଡ଼ ଅପରାଧ କରିବା ପରେ ବି ଜେଲ ଯିବାକୁ ଚାହାନ୍ତିନି। ହେଲେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ନିଜକୁ ଜେଲରେ ଭର୍ତ୍ତି କରିବାକୁ ଅନୁରୋଧ କରୁଥିବା ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସ୍ପେନ ଗ୍ରେନାଡ଼ାର ୬୦ ବର୍ଷୀୟ ଜଷ୍ଟୋ ମାର୍କ୍ୱେଜ୍‌ ମାଲାଗାରେ ଆଲ୍‌ହାଉରିନ୍‌ ଦେ ଲା ଟୋରେ ଜେଲ ସମ୍ମୁଖରେ କିଛି ଦିନ ହେବ ଠିଆ ହୋଇଛନ୍ତି। ତାଙ୍କୁ ଦିନେ ଜେଲ ଭିତରକୁ ଯିବାକୁ ଅନୁମତି ମିଳିବ ବୋଲି ସେ ଆଶା ରଖିଛନ୍ତି। ସେ ଜେଲ ସମ୍ମୁଖରେ ଏକ ପୋଷ୍ଟରକୁ ବେକରେ ଓହଳାଇ ଠିଆ ହୋଇଛନ୍ତି। ଯେଉଁଥିରେ ଲେଖା ହୋଇଛି ‘ମୁଁ ଜେଲକୁ ଯିବାକୁ ଚାହୁଁଛି’। ସେ ଜଣେ ଖବରଦାତାଙ୍କୁ କହିଛନ୍ତି କି, ସେ ଆଗରୁ ଜେଲର ୱାର୍ଡେନଙ୍କୁ ଭେଟି ସାରିଛନ୍ତି। ସେ ଏପର୍ଯ୍ୟନ୍ତ ମାର୍କ୍ୱେଜ୍‌ଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇ ନାହାନ୍ତି। ମାର୍କ୍ୱେଜ୍‌ଙ୍କୁ କ୍ୟାନ୍ସର ହୋଇଥିବାବେଳେ ଚିନ୍ତା, ଅବସାଦ ଏବଂ ହୃଦ୍‌ରୋଗ ଆଦି ସମସ୍ୟାରେ ସେ ପୀଡ଼ିତ ଅଛନ୍ତି। ସେ କହିଛନ୍ତି କି, ଦିନର ୨୪ ଘଣ୍ଟା ଏକା ରହି ରହି ସେ ବିରକ୍ତ ହୋଇଗଲେଣି। ଏବେ ତାଙ୍କୁ ଲାଗୁଛି କି ଜେଲ ତାଙ୍କ ପାଇଁ ସବୁଠୁ ଭଲ ସ୍ଥାନ। ମାର୍କ୍ୱେଜ୍‌ ଏକ ଖବରକାଗଜକୁ କହିଛନ୍ତି,ତାଙ୍କୁ କେଉଁଠୁ ବି ସାହାଯ୍ୟ ମିଳୁନି। ତାଙ୍କର ଜେଲ ଯିବା ସବୁଠୁ ଭଲ ବିଚାର। ହେଲେ ସେ ଏଥିପାଇଁ କୌଣସି ଅପରାଧ ବି କରିବାକୁ ଚାହୁଁ ନାହାନ୍ତି। ତାଙ୍କର ୫ ଜଣ ସନ୍ତାନ ଥିବାବେଳେ ସେ ସେମାନଙ୍କୁ କିଛି ମାସ ହେବ ଦେଖିନାହାନ୍ତି କି କଥା ହୋଇନାହାନ୍ତି। ମାର୍କ୍ୱେଜ୍‌ ଏକେଲାପଣ ଦୂର କରିବାକୁ ଏବଂ ରୋଗରେ ସାହାଯ୍ୟ ପାଇଁ ଜେଲ୍‌ ହେଉଛି ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ଏଥିପାଇଁ ସେ ଜେଲ ଭିତରକୁ ଯିବାକୁ ଗୁହାରି କରୁଛନ୍ତି। ମାର୍କ୍ୱେଜ୍‌ଙ୍କୁ ପୂର୍ବରୁ ମାନସିକ ସ୍ବାସ୍ଥ୍ୟସେବା ପାଇଁ ପଠାଯାଇଥିଲା। ହେଲେ ତାଙ୍କୁ କିଛି ସାହାଯ୍ୟ ମିଳି ନ ଥିଲା। ଏଥିପାଇଁ ସେ ଜେଲ ଯିବାକୁ ଚାହୁଁଛନ୍ତି। ଜେଲର ୱାର୍ଡେନ ମନା କରିବା ପରେ ମଧ୍ୟ ସେ ସେହି ପୋଷ୍ଟର ଧରି ଧାରଣା ଦେଉଛନ୍ତି। ପ୍ରଶାସନକୁ ଅନୁରୋଧ କରିଛନ୍ତି, ତାଙ୍କ ପାଇଁ କିଛି ଉପାୟ ବାହାର କରିବାକୁ। ତେବେ ଏହା ସେଠାରେ ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri