ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ନାମରେ ଲୁଟ୍‌ ମାମଲା ରୁଜୁ: -ସୋର ଥାନା ଏଏସ୍‌ଆଇ ନିଲମ୍ବିତ

 

ବାଲେଶ୍ୱର ଅଫିସ/ସୋର, ୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପକାରାଗାରରେ ଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କ ନାମରେ ପୋଲିସ ଲୁଟ୍‌ ମାମଲା ରୁଜୁ କରିବା ଓ କାଗଜପତ୍ରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ବାଲେଶ୍ୱର ପୋଲିସକୁ ଅଡ଼ୁଆରେ ପକାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏସ୍‌ପି ବି. ଯୁଗଳ କିଶୋର କୁମାର ଗୁରୁବାର ସୋର ଥାନା ଏଏସ୍‌ଆଇ ମିନକେତନ ସିଂଙ୍କୁ ନିଲମ୍ବନ କରିଛନ୍ତି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୧୯ରେ ସୋର ଉତ୍ତରେଶ୍ୱର ଛକରୁ ଖଇରା ଥାନା ପୋଲିସ ରଣଜିତ ନାୟକ ନାମକ ଜଣେ ଯୁବକଙ୍କୁ ଏକ ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସୋର ଉପ-କାରାଗାରକୁ ପଠାଇ ଦିଆଯାଇଥିଲା। ୬ ମାସ ୧୪ଦିନ ସେ ଜେଲ୍‌ରେ ରହିବା ପରେ ଗତ ଜୁଲାଇ ୩୦ରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା ା ସେ ଅଗଷ୍ଟ ୨ତାରିଖରେ ଜେଲ୍‌ରୁ ମୁକୁଳିବାର ଥିଲା ା ତେବେ ମେ’ ୨୩ ତାରିଖରେ ଜାତୀୟ ରାଜପଥରେ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କଠାରୁ ଲୁଟ୍‌ ଘଟଣା ଘଟିଥିଲା ା ଏ ସଂକ୍ରାନ୍ତରେ ସୋର ଥାନାରେ ଅଭିଯୋଗ ହୋଇଥିଲା ା ଏହି ମାମଲାର ତଦନ୍ତକାରୀ ଅଧିକାରୀ ଦାୟିତ୍ୱ ଏଏସ୍‌ଆଇ ମୀନକେତନ ସିଂଙ୍କୁ ମିଳିଥିଲା ା ହେଲେ ସେ ରଣଜିତ୍‌ଙ୍କ ବିରୋଧରେ ସୋର ଥାନାରେ ଏକ ମାମଲା (ନଂ. ୨୩୭/୧୯) ରୁଜୁ କରିଥିଲେ। ଏପରି କି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସେ କାଗଜପତ୍ରରେ ଦର୍ଶାଇଥିଲେ ା ଏହି ଘଟଣା ଜଣାପଡ଼ିବା ପରେ ଉପରିସ୍ଥ ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଥିଲେ ା ପ୍ରକୃତ ଲୁଟେରାଙ୍କୁ ଧରିବାରେ ବିଫଳ ହେବା ପରେ ପୋଲିସ ଚାପରେ ଜେଲରେ ଥିବା ଜଣେ କଏଦୀଙ୍କ ନାମରେ କାଗଜପତ୍ରରେ ମାମଲା ରୁଜୁ କରି ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିବା ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା ା ଏ ସମ୍ପର୍କରେ ଆଇଜି ପଟ୍ଟନାୟକ କହିଛନ୍ତି, ଉକ୍ତ ଘଟଣାର ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ସିଂଙ୍କ ସମ୍ପୂର୍ଣ୍ଣ ଭୁଲ୍‌ ଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ଉକ୍ତ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଘଟଣାରେ ଯଦି ଅନ୍ୟ କୌଣସି ଅଧିକାରୀ ସାମିଲ୍‌ ଥାଆନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri