ଭୋପାଳ,୮।୭: କଂଗ୍ରେସ ଦଳରେ ଏବେ ଏକ ପ୍ରକାର ଅସ୍ଥିରାବସ୍ଥା ଦେଖାଯାଇଥିବା ବେଳେ ଏଠାରେ ଇସ୍ତଫା ପତ୍ରର ଲାଇନ୍ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ରବିବାର ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ମିଲିନ୍ଦ ଦେଓରା ଇସ୍ତଫା ପ୍ରଦାନ କରିଥିଲେ। ଏହାର କିଛି ସମୟ ପରେ ଏଆଇସିସି ସାଧାରଣ ସମ୍ପାଦକ ପଦରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ। ହେଲେ ସୋମବାର ମଧ୍ୟପ୍ରଦେଶ ଭୋପାଳର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ସାମ୍ନାରେ ଏକ ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ପଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଆଯାଉ ବୋଲି ଅନୁରୋଧ କରାଯାଇଛି। ଏଥିରେ ହିନ୍ଦୀ ଭାଷାରେ ଜ୍ୟୋତିରାଦିତ୍ୟଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯିବା ସହ ତାଙ୍କୁ ଅଧ୍ୟକ୍ଷ ପଦ ଦିଆଯିବାକୁ ଅନୁରୋଧ କରାଯାଇଛି। ତେବେ କଂଗ୍ରେସ କର୍ମୀମାନଙ୍କ ତରଫରୁ ପୋଷ୍ଟର ମାଧ୍ୟମରେ ଏହା କରାଯାଇଛି।