ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଶଙ୍ଖ ମୋ ଗର୍ବ ପରେ ବିଜୁ ଜନତା ଦଳ ନେତାମାନେ ଜୟ ଜଗନ୍ନାଥ କହି ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। ତେବେ ପଶ୍ଚିମ ଓଡ଼ିଶା ବିଜେଡି ନେତାଙ୍କ ମୁହଁରେ ଜୟ ଜଗନ୍ନାଥ ସହିତ ଜୟ ମା ସମଲେଇ କହୁଥିବା ନେଇ ପୋଷ୍ଟ କରୁଛନ୍ତି। ମନ୍ତ୍ରୀ ଟୁକୁନୀ ସାହୁ, ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସମେତ ଅନ୍ୟ ବିଜେଡି ନେତାମାନେ ଜୟ ଜଗନ୍ନାଥ ସହିତ ଜୟ ମା ସମଲେଇ କହୁଥିବା ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଶଙ୍ଖ ମୋର ଗର୍ବ ପରେ ଜୟ ଜଗନ୍ନାଥ ସ୍ଲୋଗାନକୁ ନେଇ ସୋସିଆଲ ମିଡିଆରେ ବିଜେଡି କ୍ୟାମ୍ପେନ୍ ଆରମ୍ଭ କରିଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ସୋସିଆଲ ମିଡିଆରେ ଜୟ ଜଗନ୍ନାଥ ଶେୟାର କରିବା ପରେ ଦଳର ସମସ୍ତ ନେତା ସୋସିଆଲ ମିଡିଆରେ ଜୟ ଜଗନ୍ନାଥ କହି ଭିଡିଓ ଶେୟାର କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଶଙ୍ଖ ମୋ ଗର୍ବ ଜରିଆରେ ଦଳର ନେତା ଏଭଳି କ୍ୟାମ୍ପେନ୍ ଚଳାଇଥିଲେ। ଏବେ ଜୟ ଜଗନ୍ନାଥର ନାରା ଦଳର ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଭାଜପାକୁ ଚେକ୍ ଦେବା ସହିତ ଲୋକଙ୍କ ମଧ୍ୟରେ ଭାବପ୍ରବଣତା ବଢାଇବା ପାଇଁ ବିଜେଡି ଏହି ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି।