ବମ୍ବେ: ଟେଲି ଅଭିନେତା ଜୟ ଭାନୁଶାଳୀଙ୍କ ଆଜି ଅର୍ଥାତ ବୁଧବାର ଜନ୍ମଦିନ। ଏହି ଉପଲକ୍ଷେ ଜୟଙ୍କ ନିକଟକୁ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। ଅପରପକ୍ଷେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ସ୍ତ୍ରୀ ମାହି ବିଜ୍ ଝିଅ ତାରାଙ୍କ ଫଟୋ ଶେୟାର କରିଛନ୍ତି। ଏହାକୁ ଶେୟାର କରିବା ବେଳେ ମାହି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଜୟ। ମୁଁ ଚଳିତ ବର୍ଷ ତୁମ ଜନ୍ମଦିନକୁ ଖାସ୍ କରିବାକୁ ନିଶ୍ଚିତ କରିଥିଲି। ଆମେ ତୁମକୁ ବହୁତ ଭଲପାଉ। ତାରା ଏବଂ ମା’ଙ୍କ ତରଫରୁ ଆପଣଙ୍କୁ ଶୁଭେଚ୍ଛା। ୨୦୨୦ ତୁମ ପାଇଁ ସର୍ବୋତ୍ତମ ହେଉ।
୨୦୧୧ରେ ଜୟଙ୍କୁ ବିବାହ କରିଥିଲେ ମାହି। ଅଗଷ୍ଟ ୨୧ରେ ସେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେବେଠାରୁ ଉଭୟ ଜୟ ଓ ସେ କେବେ ବି ଝିଅର ଫଟୋ ଶେୟାର କରୁ ନ ଥିଲେ। ହେଲେ ଜୟଙ୍କ ଜନ୍ମଦିନରେ ସେମାନେ ତାରାଙ୍କ ମୁହଁ ଦେଖାଇବେ ବୋଲି କହିଥିଲେ। ଶେଷରେ ତାହା ହିଁ ହୋଇଛି। ଫଟୋରେ ତାରା ମଧ୍ୟ ବହୁତ ସୁନ୍ଦର ଦିଶୁଛନ୍ତି।