ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ନିର୍ଣ୍ଣାୟକ ସ୍ଥିତିକୁ ଦେଖିବା ପରେ ଭାଜପାକୁ ଏକ ଶକ୍ତ ଧକ୍କା ଲାଗିଛି। ଝାଡ଼ଖଣ୍ଡରେ ଭାଜପା ହାତରୁ ଶାସନ ପଳାଇଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ଜେଏମ୍ଏମ୍ ୨୮ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ-ଜେଏମ୍ଏମ୍-ଆର୍ଜେଡିର ମେଣ୍ଟ ୪୬ ଆସନରେ ଭାଜପାଠାରୁ ଆଗୁଆ ରହିଛି। ଏହି ଅବସରରେ ହେମନ୍ତ ରାଞ୍ଚିସ୍ଥିତ ପୈତୃକ ବାସଭବନରେ ପହଞ୍ଚି ବାପା ଶିବୁ ସୋରେନ୍ଙ୍କୁ ଭେଟିଥିଲେ। ପରିବାର ସହ ସମୟ ବିତାଇବା ସହ ଅତି ଖୁସି ହୋଇ ସେ ସାଇକେଲ୍ ଚଲାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।