ଝାରସୁଗୁଡ଼ା ବ୍ଲଡ୍‌ବ୍ୟାଙ୍କ୍‌ରେ ରକ୍ତ ଅଭାବ

ଝାରସୁଗୁଡ଼ା ଅଫିସ,୨୭।୩: କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସମଗ୍ର ଭାରତରେ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା କରାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ବ୍ଲଡ୍‌ବ୍ୟାଙ୍କ୍‌ରେ ରକ୍ତ ଅଭାବ ଦେଖାଦେବା ଏକ ବଡ ସମସ୍ୟା ଭାବେ ଠିଆ ହୋଇଛି। ଗତ ୨୦ ତାରିଖରୁ ରକ୍ତ ଅଭାବ ରୋଗୀ ଓ ସେମାନଙ୍କ ସମ୍ପକୀୟଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ରକ୍ତ ଅଭାବରୁ ବହୁ ଗୁରୁତର ରୋଗୀ ଏବେ ବି ବିଭିନ୍ନ ଡାକ୍ତରଖାନାରେ ପଡି ରହିଛନ୍ତି। କରୋନା କଟକଣା ଯୋଗୁ ଚଳିତ ମାସ ୧୯, ୨୨ ଓ ୩୧ ତାରିଖରେ ହେବାକୁ ଥିବା ରକ୍ତଦାନ ଶିବିର ବାତିଲ ହେବାରୁ ଏପରି ସ୍ଥିତି ଦେଖା ଦେଇଛି। ଅନ୍ୟପକ୍ଷେ କୌଣସି ରକ୍ତଦାତା ମଧ୍ୟ ରକ୍ତଦାନ କରିବାକୁ ବ୍ଲଡ୍‌ ବ୍ୟାଙ୍କ୍‌କୁ ଆସୁନାହାନ୍ତି। ଏପରି ସ୍ଥଳେ ଜିଲା ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ହୋଇ ବସିଛି। କେବଳ ଜରୁରୀ ପରିସ୍ଥିତି ପାଇଁ ଓ ପଜିଟିଭ, ଏ ପଜିଟିଭ, ବି ପଜିଟିଭ ଓ ଏବି ପଜିଟିଭର ୩ଟି ଲେଖାଏଁ ୟୁନିଟ ରକ୍ତ ରଖା ଯାଇଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ରକ୍ତଭଣ୍ଡାରର ଦୂରତା ପ୍ରାୟ ୮ କି.ମି.। ଲକ୍‌ ଡାଉନ୍‌ ଯୋଗୁ ଲୋକେ ମୁଖ୍ୟ ଚିକିତ୍ସାଳୟରୁ ରକ୍ତ ଭଣ୍ଡାରକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ କିଶୋର ସାହୁ ନାମକ ଜଣେ ବ୍ୟକ୍ତି କହିଛନ୍ତି, ସେ ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ରକ୍ତ ପାଇଁ ପ୍ରାୟ ୮ କି.ମି. ଦୂର ମଙ୍ଗଳ ବଜାରକୁ ଆସିବାକୁ ପଡିଛି। ଏହି ରାସ୍ତାରେ ଆସିଲେ ପୋଲିସକୁ ବହୁ ଉତ୍ତର ଦେବାକୁ ପଡୁଛି। ଏଣୁ ଯଦି ଡାକ୍ତରଖାନା ପରିସରରେ ରକ୍ତ ଭଣ୍ଡାର ଥାନ୍ତା ତେବେ ଏଭଳି ହଇରାଣ ହେବାକୁ ପଡି ନ ଥାନ୍ତା। ସେହିଭଳି ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ବେଦବ୍ୟାସ ଦେହୁରୀ କୁହନ୍ତି, ରକ୍ତଭଣ୍ଡାରରେ ରକ୍ତ ନ ଥିବାରୁ ତାଙ୍କୁ ବହୁ ହଇରାଣ ହେବାକୁ ପଡିଛି। କହୁ କଷ୍ଟରେ ଜଣେ ରକ୍ତଦାତା ଯୋଗାଡ କରି ରକ୍ତ ଭଣ୍ଡାରକୁ ଆସିଥିଲୁ। ରକ୍ତ ନେବା ପରେ ମୋର ସମ୍ପର୍କୀୟଙ୍କୁ ଦିଆଯାଇଥିଲା। ତେବେ ଏ ସମ୍ପର୍କରେ ରକ୍ତ ଭଣ୍ଡାର ଦାୟିତ୍ୱରେ ଥିବା ଡା. ଏସ୍‌.ଜୋଜୋଙ୍କୁ ପଚାରିବାରୁ କରୋନା କଟକଣା ପାଇଁ ରକ୍ତ ଦାନ ଶିବିରଗୁଡିକ ଶେଷ ମୁହୂର୍ତ୍ତରେ ବାତିଲ ହୋଇଯାଇଛି। ବର୍ତ୍ତମାନ ସାମାଜିକ ଦୂରତ୍ୱ ତଥା ଜନଗହଳିକୁ ବାରଣ କରାଯାଇଥିବାରୁ ରକ୍ତଦାନ ଶିବିର ଆୟୋଜନ ସମ୍ଭବ ହୋଇ ପାରୁନାହିଁ। ବ୍ୟକ୍ତିଗତ ଭାବେ ରକ୍ତଦାତା ଆସିଲେ ରୋଗୀଙ୍କ ଆବଶ୍ୟକତା ପୂରଣ ହେଉଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତଭଣ୍ଡାର ମଧ୍ୟରେ ଥିବା ଦୂରତ୍ୱ ସମ୍ପର୍କରେ ସେ କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଜାଗା ଚିହ୍ନଟ କରାଯାଇଛି। ପରବର୍ତ୍ତୀ ସମୟରେ ଏହା ସ୍ଥାନାନ୍ତର ହେବ ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ସହର ମଙ୍ଗଳବଜାରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସହର ବାହାରକୁ ସ୍ଥାନାନ୍ତର କରାଯାଇ ସେଠାରେ ଜନସାଧାରଣଙ୍କୁ ଉନ୍ନତ ମାନର ସେବା ଯୋଗାଇବାକୁ ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଥିଲା। ଗତ ବର୍ଷ ମେ’ମାସରେ ଏହି ପରିବର୍ତ୍ତନ କରାଯାଇଥିଲା। ହେଲେ ଏହି ପରିବର୍ତ୍ତନ ବେଳେ କିନ୍ତୁ ରକ୍ତ ଭଣ୍ଡାରକୁ ଜିଲା ନୂଆ ମୁଖ୍ୟ ଚିକିତ୍ସାଳୟ ସହିତ ସଂଯୋଗ କରାଯାଇ ନ ଥିଲା। ସ୍ବାସ୍ଥ୍ୟ ବିଭାଗର ଏହି ଅବହେଳା ଯୋଗୁ ଲୋକେ ପ୍ରତିଦିନ ମୁଖ୍ୟ ଚିକିତ୍ସାଳୟରୁ ମଙ୍ଗଳ ବଜାରସ୍ଥିତ ରକ୍ତ ଭଣ୍ଡାର ପଯର୍ର୍‌ୟନ୍ତ ପ୍ରାୟ ୮ କି.ମି. ଦୂରକୁ ଯାଇ ହଇରାଣ ହୋଇ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…

ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା...

ଭତ୍ତା ଆଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍‌ ଗଲେ ବୃଦ୍ଧା

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ପଞ୍ଚାୟତକୁ ଗଲେ ବୃଦ୍ଧା। ଏମିତି ଏକ ଦୃଶ୍ୟ ଦେଖୁବାକୁ...

ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି।...

ନବୀନଙ୍କ ସମ୍ମୁଖରେ ପରାଜୟର ୩ କାରଣ ଖୋଲି କହିଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,୨୪।୯:ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଏହି ୧୫ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୪।୯: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri