ଝାରସୁଗୁଡା ଅଫିସ,୧।୬: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସୋମବାର ଠାରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ଗତ ମେ’ ୨୫ରୁ ଏଠାରେ ବିମାନ ସେବା ଆରମ୍ଭ ହୋଇଥିଲେ ସୁଦ୍ଧା କେବଳ ଦିଲ୍ଲୀ ଓ ହାଇଦ୍ରାବାଦକୁ ସ୍ପାଇସ ଜେଟ୍ ବିମାନ ସେବା ଆରମ୍ଭ କରିଥିଲା। ମାତ୍ର ଏଲାଏନ୍ସ ଏୟାର ପକ୍ଷରୁ କୌଣସି କାରଣରୁ ଝାରସୁଗୁଡା-ଭୁବନେଶ୍ୱର-କୋଲକାତାକୁ ଏହି ସେବା ଆରମ୍ଭ କରାଯାଇ ନ ଥିଲା। ତେବେ ସୋମବାରଠାରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାଏନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ସେବା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଝାରସୁଗୁଡାରୁ ଭୁବନେଶ୍ୱର ପାଇଁ ୧୨ ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡିଛି।